ଏହି ୫ଟି ଦେଶରେ ସବୁଠୁ ଅଧିକ ବୁଦ୍ଧିଆ ରହନ୍ତି, ଜାଣନ୍ତୁ ଏ କ୍ଷେତ୍ରରେ ଭାରତର ସ୍ଥାନ କେଉଁଠି
28/11/2019 at 5:00 PM

୧- ସିଙ୍ଗାପୁର- ସିଙ୍ଗାପୁର ଏକ ଏମିତି ଦେଶ ଯେଉଁଠାରେ ସବୁଠୁ ଅଧିକ ବୁଦ୍ଧିମାନ ଲୋକ ରୁହନ୍ତି। ଏହି ଦେଶର ଛାତ୍ର ଛାତ୍ରୀ ସମଗ୍ର ଦୁନିଆର ସବୁ ଅଲମ୍ପିଆଡରେ ଭାଗ ନିଅନ୍ତି।

ଏଠାର ଲୋକମାନେ କେବଳ ପାଠ ପଢାରେ ନୁହେଁ ବରଂ ଅନ୍ୟାନ୍ୟ ଜିନିଷରେ ମଧ୍ୟ ସବୁଠୁ ଆଗରେ ଅଛନ୍ତି।ସିଙ୍ଗାପୁରର ଲୋକମାନେ ସବୁ ପରିସ୍ଥିତି ସାମ୍ନା କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି।

୨- ଜାପାନ- ଏହି ଦେଶର ଲୋକଙ୍କ ଉଚ୍ଚତା କମ ଥିବା ସହ ଏଠାର ଲୋକଙ୍କର ଦୃଷ୍ଟିଶକ୍ତି ମଧ୍ୟ କମ ଥାଏ। ଜାପାନ ଦେଶ ଦୁନିଆକୁ ୨୬ଟି ନୋବେଲ ପ୍ରାଇଜ ଓ ୪ ମିଲିୟନରୁ ଅଧିକ ସ୍କଲାର ଦେଇଛି।

୩- ସାଉଥ କୋରିଆ- ସାଉଥ କୋରିଆରେ ବହୁତ ଅଧିକ ବୁଦ୍ଧିମାନ ଲୋକ ଅଛନ୍ତି। ରିପୋର୍ଟ ଅନୁସାରେ ଏହି ଦେଶର ଲିଟରେସି ରେଟ୍ ହେଉଛି ୯୦ ପ୍ରତିଶତ।

୪- ଚାଇନା – ବିଶ୍ବର ସବୁ ସ୍ଥାନରେ ମେଡ ଇନ୍ ଚାଇନାର କିଛି ନା କିଛି ଜିନିଷ ଉପଲବ୍ଧ ଥାଏ। ଚାଇନା ଦେଶ ସବୁ କ୍ଷେତ୍ରରେ ବହୁତ ଆଗରେ ରହିଛି।

୫- ତାଇୱାନ- ଚାଇୱାନ ଅଧିକ ସ୍ପଟଲାଇଟରେ ଆସେ ନାହିଁ ସତ ହେଲେ ଏଠାର ୯୫ ପ୍ରତିଶତ ଛାତ୍ର ଛାତ୍ରୀ ଶିକ୍ଷିତ। ୧୨ ବର୍ଷ ପର୍ଯ୍ୟନ୍ତ ଏଠାରେ ସମସ୍ତେ ପାଠ ପଢିବା ବାଧ୍ୟତାମୂଳକ।
ତେବେ ପରିତାପର ବିଷୟ ଏହିଯେ, ଭାରତ ଏହି ୫ଟିକିଆ ତାଲିକାରେ ସ୍ଥାନ ପାଇନାହିଁ ।