Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କଳାହାଣ୍ଡି ଏବଂ ସମ୍ବଲପୁରରେ ନିର୍ମିତ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲର ପରିଦର୍ଶନ କଲେ ୫-ଟି ସଚିବ ଏବଂ ଉନ୍ନୟନ କମିଶନର

15/04/2020 at 4:39 PM

କଳାହାଣ୍ଡି୧୫/୪: କଳାହାଣ୍ଡି ଏବଂ ସମ୍ବଲପୁର ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର। ସେଠାରେ ପହଞ୍ଚି କଳାହାଣ୍ଡି ଏବଂ ସମ୍ବଲପୁର ଜିଲ୍ଲାରେ ନିର୍ମିତ କୋଭିଡ୍ ହସ୍ପିଟାଲର ପରିଦର୍ଶନ କରିଛନ୍ତି ଏହି ଦୁଇ ସଚିବ।

ଭବାନିପଟଣାସ୍ଥିତ ଏକ ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରସ୍ତୁତ ହୋଇଥିବା ଏହି ସ୍ବତନ୍ତ୍ର କୋଭିଡ୍-୧୯ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ସୁବିଧା ରହିଛି। ଏହି କୋଭିଡ ହସ୍ପିଟାଲରେ ୬ଟି ଆଇସିୟୁ ସମେତ ୨୦୦ ଶଯ୍ୟା ରହିଛି। ଆଜି ୫୦ଟି ଶଯ୍ୟା କାର୍ଯ୍ୟକ୍ଷମ ହେବ। ଆସନ୍ତା ୭ ଦିନ ମଧ୍ୟରେ ୨୦୦ ବେଡ୍‌ କାର୍ଯ୍ୟକ୍ଷମ ହେବ ବୋଲି ସୂଚନ ଦିଆଯାଇଛି।

ସେହିପରି ସମ୍ବଲପୁର ଜିଲ୍ଲାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦ଟି ଆଇସିୟୁ ସମେତ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମିତ ହୋଇଛି। କୋଭିଡ୍ ହସ୍ପିଟାଲ ପରିଦର୍ଶନ ସମୟରେ ୫-ଟି ସଚିବ ଏବଂ ଉନ୍ନୟନ କମିଶନରଙ୍କ ସମେତ ସମ୍ବଲପୁର ଡିଆଇଜି ଏବଂ ଏସ୍‌ପି ଉପସ୍ଥିତ ରହିଥିଲେ।

ସେହିପରି କେନ୍ଦ୍ରାପଡା ଏବଂ ଅନୁଗୁଳ ସମେତ ବିଭିନ୍ନ ଜିଲ୍ଲାରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଇଛି। ସେହିପରି ଭୁବନେଶ୍ବର ଏବଂ କଟକରେ ମଧ୍ୟ ବହୁ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଇଛି।

   Related Posts