କୌଣସି ଖୋଲା ବହିଠୁ କମ୍ ନୁହେଁ ସଚିନଙ୍କ ଜୀବନ, କିନ୍ତୁ ଖୁବ୍ କମ ଲୋକ ଜାଣନ୍ତି ତେନ୍ଦୁଲକରଙ୍କ ବିଷୟରେ ଏହି ୫ କଥା

Published By : Prameya-News7 Bureau | April 24, 2021 IST

ମୁମ୍ବାଇ,୨୪/୦୪  : ଆଜି ହେଉଛି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ । ସେ ଶନିବାର ଅର୍ଥାତ ଏପ୍ରଲ ୨୪ ତାରିଖରେ ୪୮ ବର୍ଷରେ ପାଦ ଥାପିଛନ୍ତି । ୨୦୧୪ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବି ସଚିନଙ୍କ ଉପସ୍ଥିତି ଫ୍ୟାନଙ୍କୁ ଉତ୍ସାହିତ କରିଥାଏ । ତାଙ୍କ ଜୀବନ ଏକ ଖୋଲା ବହି ଭଳି । ଏହା ସତ୍ତ୍ୱେ ଏପରି ଅନେକ କଥା ଅଛି ଯାହା ଖୁବ୍ କମ୍ ଲୋକ ଜାଣନ୍ତି । ଆସନ୍ତୁ ଜାଣିବା ସେ ସବୁ କଥା ବିଷୟରେ ।

ଭଗବାନଙ୍କ ପ୍ରତି ଆସ୍ଥା

ଯେତେବେଳେ ଭାରତ ୨୦୧୧ ଏପ୍ରିଲ ୨ ତାରିଖରେ ବିଶ୍ୱକପ ଫାଇନାଲରେ ବିଜୟ ଆଡକୁ ମୁହାଁଉଥିଲା, ସେତେବେଳେ ସଚିନ ଭଗବାନଙ୍କୁ ପୂଜା କରୁଥିଲେ । ସେ ଭାରତୀୟ ଦଳର ବିଜୟ ପାଇଁ ଦାଢି ମଧ୍ୟ କାଟିନଥିଲେ । ଦଳ ଜିତିବା ପରେ ସେ ସିଦ୍ଧି ବିନାୟକଙ୍କ ଦର୍ଶନ ପାଇଁ ଯାଇଥିଲେ । ଯେବେ ସେ ଶହେତମ ଶତକ ଲଗାଇଥିଲେ ସେତେବେଳେ ଭାରତ ଫେରି ପଣା ସଂକ୍ରାନ୍ତି ଦିନ ଭଗବାନ ବିନାୟକଙ୍କ ଦର୍ଶନ ପାଇଁ ଯାଇଥିଲେ ।

ପ୍ରଥମେ ପେପରରେ ଭୁଲରେ ନାଁ ଛପାଯାଇଥିଲା

ପ୍ରଥମ ଥର ସଚିନଙ୍କ ନାଁ ପେପରରେ ଛପିଥିଲା । ୧୯୮୭ରେ ମୁମ୍ବାଇର ସ୍ଥାନୀୟ ଖବର କାଗଜରେ କେବଳ ୩୦ରୁ ଅଧିକ ରନ୍ କରୁଥିବା କ୍ରିକେଟରଙ୍କ ନାଁ ଛପାଯାଉଥିଲା । କିନ୍ତୁ ସଚିନ ଏକ ସ୍ଥାନୀୟ ମ୍ୟାଚରେ ୨୪ ରନ୍ କରି ଆପରାଜିତ ରହିଥିଲେ । କିନ୍ତୁ ଏହି ଖବରକାଗଜ ସଚିନଙ୍କ ନାଁ ଚାପିଦେଇତିଲା । ଏହାପରେ ସଚିନ ଖୁସିରେ ଆତ୍ମହରା ହୋଇଯାଇଥିଲେ ।

ସଚିନଙ୍କ ପ୍ରଥମ କାର୍

ଆଜି ସଚିନଙ୍କ ପାଖରେ ଏକାଧିକ କାର୍ ରହିଛି । ତେବେ ତାଙ୍କର ପ୍ରଥମ କାର୍ ଥିଲା ସେକେଣ୍ଡ ହାଣ୍ଡର ମାରୁତି ୮୦୦ । ସେ ୧୯୯୦ରେ ଏହାକୁ କିଣିଥିଲେ । ସେ ଇଂଲଣ୍ଡରେ ନିଜର ପ୍ରଥମ ଶତକ ଲଗାଇ ଫେରିବା ପରେ ସେକେଣ୍ଡ ହାଣ୍ଡର ଏକ ମାରୁତି ୮୦୦ କିଣିଥିଲେ । ସେତେବେଳେ ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲା । ତାଙ୍କର ଜଣେ ବନ୍ଧୁ ହିଁ ତାଙ୍କୁ କାରରେ ବସାଇ ବୁଲାଉଥିଲେ ।

ଏବେବି ଭୁଲି ନାହାଁନ୍ତି ନିଜର ପିଲାଦିନ ସାଙ୍ଗଙ୍କୁ

ମୁମ୍ବାଇ ବାନ୍ଦ୍ରା ସ୍ଥିତ ସାହିତ୍ୟ ସହବାସ କଲୋନିରେ ସଚିନଙ୍କ ପିଲାଦିନ ବିତିଥିଲା । ସେଠାରେ ସଚିନଙ୍କ ଅନେକ ସାଙ୍ଗ ରହିଥିଲେ ।ଏବେ ବି ସଚିନ ସେମାନଙ୍କ ସହ ଯୋଗାଯୋଗରେ ରହିଛନ୍ତି । ସଚିନଙ୍କ ପରିବାର ଏବେ ସେହି କଲୋନିରେ ରହୁନଥିଲେ ମଧ୍ୟ ପୁରୁଣା ଘରକୁ ରଖିଛନ୍ତି । ଏଠାରେ ସେ ଫଟୋଗ୍ରାଫର ସାଙ୍ଗ ଅବିନାଶ ଗୋବାରିକର ଓ କଣ୍ଟ୍ରାକ୍ଟର ସୁନିଲ ହର୍ଷଙ୍କ ସହ ଖେଳୁଥିଲେ । ପିଲାଦିନେ ଗଛରେ ଚଢି ଆମ୍ବ ମଧ୍ୟ ତୋଳୁଥିଲେ ।

ସମାଜ ସେବାରେ ମନ

ସଚିନ ସମାଜସେବା ମଧ୍ୟ କରିଥାନ୍ତି । ସେ ଅନେକ ସଂସ୍ଥା ସହ ଜଡିତ ଯେଉଁମାନେ ଦୁଃଖି ରଙ୍କିଙ୍କ ସେବା କରିଥାନ୍ତି । ସଚିନ ମୁମ୍ବାଇର ଏକ ଏନଜିଓ ମାଧ୍ୟମରେ ୨୦୦ ପିଲାଙ୍କ ପାଠପଢା ଖର୍ଚ୍ଚ ଉଟାଇଥାନ୍ତି । ତାଙ୍କ ପିତା କମ୍ ଦରମା ପାଇ ମଧ୍ୟ ଏପରି କାମ କରୁଥିଲେ ବୋଲି ଏକ କାର୍ଯ୍ୟକ୍ରମରେ ସଚିନ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.