ସମଲେଶ୍ବରୀ ଏକ୍ସପ୍ରେସରେ ନିଆଁ ଲାଗିବା ଘଟଣା : ୫ ରେଲଓ୍ବେ କର୍ମଚାରୀ ନିଲମ୍ବିତ

Published By : Prameya-News7 Bureau | June 26, 2019 IST

ରାୟଗଡା ୨୬|୬: ସ୍ବାଭାବିକ ହେଲା କୋରାପୁଟ ରାୟଗଡା ରୁଟ୍ ରେ ଟ୍ରେନ୍ ଚଳାଚଳ । ସମଲେସ୍ବରୀ ଏକ୍ସପ୍ରେସରେ ନିଆଁ ଲାଗିବା ପରେ ସେହି ରୁଟରେ ଟ୍ରେନ ଚଳାଚଳ ଠପ୍ ହୋଇଯାଇଥିଲା । ମରାମତି ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି  । ବିଳମ୍ବିତ ରାତିରେ ବିଶାଖାପାଟନମ୍ ଡିଆର୍ଏମ୍ ଚେତନ ଶ୍ରୀବାସ୍ତବ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ ।

ଗତକାଲି ହାୱଡା ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ରାୟଗଡାର ସିଙ୍ଗାପୁର-କେଉଟପଡା ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ସମଲେଶ୍ବର ଏକ୍ସପ୍ରେସ ସହ ବିଦ୍ୟୁତ ଲାଇନ୍ ମରାମତି ଟ୍ରେନ୍ ଧକ୍କା ହେବାରୁ ନିଆଁ ଲାଗିଯାଇଥିଲା । ଏଥିରେ ୩ ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଷ୍ଟେସନ ମାଷ୍ଟରଙ୍କ ସହ ୫ ଜଣଙ୍କୁ ଘଟଣାରେ ନିଲମ୍ବନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.