୫ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଡ୍ରାଇଭର ଓ ହେଲପର୍‌ ଗିରଫ

Published By : Prameya-News7 Bureau | June 23, 2020 IST

ସୁବର୍ଣ୍ଣପୁର୨୩/୬: ସୁବର୍ଣ୍ଣପୁର ପୋଲିସ ଦ୍ୱାରା ଗଞ୍ଜେଇ ଜବତ । ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ହରଡଖୋଲ ଛକରେ ଟ୍ରକରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି ସୋନପୁର ପୋଲିସ । ଏକ ମାଲବାହୀ ଟ୍ରକ ଯୋଗେ ପଡୋଶୀ ବୌଦ୍ଧ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ଗାଡିକୁ ସୋନପୁର ପୋଲିସ୍‌ କୌଣସି ସୁତ୍ରରୁ ଖବର ପାଇ ପିଛା କରିଥିଲା । ଦ୍ରୁତ ଗତିରେ ଗାଡି ଚଳାଇ ଖସିବାକୁ ଉଦ୍ୟମ କରିବାରୁ ହରଡଖୋଲ ଫାଣ୍ଡିକୁ ଖବର ଦେଇଥିଲା ଟାଉନ ପୋଲିସ୍ ।

ସେଠାରେ ପୋଲିସ ଗାଡିକୁ ଅଟକ ରଖି ତନାଘନା କରିଥିବାବେଳେ ଗଞ୍ଜେଇ ଥିବା ଜାଣିଥିଲା । ଗାଡିରେ ଥିବା ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରିଛି ପୋଲିସ । ଗାଡିରେ ପ୍ରାୟ ୫ କ୍ବିଣ୍ଟାଇ ଗଞ୍ଜେଇ ଥିବା ଜଣା ପଡିଥିବାବେଳେ ଏହାର ଅନୁମାନିକ ମୁଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି । ସୋନପୁର ପୋଲିସ ଗାଡିକୁ ଜବତ କରିବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.