Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆଜି ଚିହ୍ନଟ ହୋଇଥିବା ୫କରୋନା ପଜିଟିଭ ବାଲେଶ୍ୱର ଜିଲ୍ଲାର, ଆକ୍ରାନ୍ତଙ୍କ ଭିତରୁ ୪ଜଣ ମହିଳା ଏବଂ ଜଣେ ପୁରୁଷ

27/04/2020 at 8:49 AM

ଭୁବନେଶ୍ୱର ୨୭।୦୪: ରାଜ୍ୟରେ ଆଜି ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ସମସ୍ତ ଆକ୍ରାନ୍ତ ବାଲେଶ୍ବର କଣ୍ଟେନମେଣ୍ଟ ଅଞ୍ଚଳର ବୋଲି ସୂଚନା ମିଳିଛି । ଆକ୍ରାନ୍ତଙ୍କ ଭିତରୁ ୪ଜଣ ମହିଳା ଏବଂ ଜଣେ ପୁରୁଷ । ମହିଳାଙ୍କ ଭିତରୁ ଜଣଙ୍କ ବୟସ ୫୫, ଜଣେ ୨୨ବର୍ଷୀୟ, ଜଣେ ୨୩ବର୍ଷୀୟ ଏବଂ ଅନ୍ୟ ଜଣେ ୨୯ବର୍ଷୀୟ ମହିଳା । ଅନ୍ୟ ଜଣେ ପୁରୁଷଙ୍କ ବୟସ ୨୭ବର୍ଷ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍‌ କରି ସୂଚାନ ଦେଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ କେବଳ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୁ ବୃଦ୍ଧି ପାଇଛି । ସେହିପରି ଏହି ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରୁ ଏହି ସୂଚନା ମିଳିଛି ।

ଆଜି ସକାଳେ ରାଜ୍ୟରେ ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ୱେବସାଇଟ୍‌ରେ ଅପଡେଟ କରିଥିଲେ । ଏବେ ରାଜ୍ୟର ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍‌ କରି ଚିହ୍ନଟ ହୋଇଥିବା ୫କରୋନା ପଜିଟିଭ୍‌ଙ୍କ ବୟସ ଓ ଜିଲ୍ଲା ବିଷୟରେ ତଥ୍ୟ ପ୍ରକାଶ କରିଛନ୍ତି । ରାଜ୍ୟରେ ଏବେ ମୋଟ ୭୨ଟି ଆକ୍ଟିଭ କେସ୍ ରହିଛି । ମୋଟ ୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଣେ ମାତ୍ର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

   Related Posts