୧୬ ନଂ ଜାତୀୟ ରାଜପଥରେ ୫ ଟି ସ୍ଥାନକୁ ବ୍ଲାକ ସ୍ପଟ ଚିହ୍ନଟ: ଗାଡିର ବେଗ କମାଇବାକୁ ଲାଗିବ ରୋଡ଼ ବ୍ୟାରିଅର

Published By : Prameya-News7 Bureau | May 28, 2019 IST

ଭୁବନେଶ୍ୱର ୨୮/୫ : ଚିହ୍ନଟ ହେଲା ବ୍ଲାକ ସ୍ପଟ । ଟ୍ରାଫିକ ପୋଲିସ ପକ୍ଷରୁ ରାଜପଥର ୫ ଟି ସ୍ଥାନକୁ ବ୍ଲାକ ସ୍ପଟ ଭାବେ ଚିହ୍ନଟ କରାଯାଇଛି । ଜାତୀୟ ରାଜପଥର ଏହି ସବୁ ସ୍ଥାନରେ ଗାଡିର ବେଗ କମାଇବା ପାଇଁ ଲାଗିବ ରୋଡ ବ୍ୟାରିକେଡ । ସକାଳ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ରହିବ ଏହି ବ୍ୟାରିକେଡ ।

{"id":117059}

ଡେରିରେ ଚେତା ପସିଲା । ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିବା ପରେ କମିଶନରେଟ ପୋଲିସ ବୁଦ୍ଧି ଶିଖିଲା । ଶେଷରେ ରାଜପଥରେ ଦୁର୍ଘଟଣାପ୍ରବଣ ସ୍ଥାନ ବା ‘ ବ୍ଲାକ ସ୍ପଟ ’ ଚିହ୍ନଟି କରିଛି ଟ୍ରଫିକ ପୋଲିସ । ଭୁବନେଶ୍ବର ମଧ୍ୟ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ୫ ଟି ସ୍ଥାନକୁ ବ୍ଲାକ ସ୍ପଟ ଭାବେ ଚିହ୍ନଟ କରାଯାଇଛି । ସେହି ଦୁର୍ଘଟଣାପ୍ରବଣ ସ୍ଥାନଗୁଡିକ ହୋଲା ଭୁବନେଶ୍ବର ଖୋର୍ଧା ରାସ୍ତାର ବାଟ ଭୁଅାଶୁଣି, ଖଣ୍ଡଗିରି ନିକଟ ଅାଇଗିଣିଅା, ପାହାଳ, ଅାଚାର୍ଯ୍ୟ ବିହାର ଓଭରବ୍ରିଜ ଓ ନାୟପଲ୍ଲୀ କ୍ରାଉନ ହୋଟେଲ ସମ୍ମୁଖ ।

{"id":117060}

ଟ୍ରାଫିକ ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ରାଜପଥର ଏହି ସ୍ଥାନଗୁଡିକ ଦୁର୍ଘଟଣା ପ୍ରବଣ । ଚିହ୍ନଟ ହୋଇଥିବା ୫ ଟି ବ୍ଲାକ ସ୍ପଟ ରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଅାଉ ଗୋଟିଏ ପରେ ାଗାଟିଏ ମୁଣ୍ଡ ଗଡୁଛି । ଏହାକୁ ନେଇ ଭୁବନେଶ୍ବର ଟ୍ରାଫିକ ଏସିପି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଦୁର୍ଘଟଣାର କାରଣ ଓ ଏହାକୁ କିଭଳି ରୋକା ଯାଇ ପାରିବ ତାର ରିପୋର୍ଟ ଭୁବନେଶ୍ବର ଟ୍ରାଫିକ ଏସିପି ପୋଲିସ କମିଶନରକୁ ପ୍ରଦାନ କରିଛନ୍ତି ।

{"id":117061}

ସେପଟେ ଚିହ୍ନଟ ହୋଇଥିବା ‘ ବ୍ଲାକ ସ୍ପଟରେ ’ କିଭଳି ଦୁର୍ଘଟଣା ରୋକା ଯାଇ ପାରିବ । ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶରେଟ ପୋଲିସ । ଜାତୀୟ ରାଜପଥର ଏହି ସବୁ ସ୍ଥାନରେ ଗାଡିର ବେଗ କମାଇବା ପାଇଁ ଲାଗିବ ରୋଡ ବ୍ୟାରିକେଡ । ସକାଳ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ରହିବ ଏହି ବ୍ୟାରିକେଡ । ଏ ନେଇ କମିଶରେଟ ପୋଲିସ ଏନଏଚଅାଇ ଅଧିକାରୀଙ୍କ ଅାଲୋଚନା ହେବ ।

{"id":117062,"width":576,"height":439}

ଦୁର୍ଘଟଣା ପ୍ରବଣ ସ୍ଥାନରେ ସାଇନ ବୋର୍ଡ ଲାଗିବ । ଖୁବ ଶିଘ୍ର ସ୍ପିଡ ମିଟର ଇଣ୍ଟର ସେପଟର ଲାଗିବ । ସିସି ଟିଭିର ମଧ୍ୟ ବ୍ୟବସ୍ଥା ହେବ । ତାସ ପାଟ୍ରାଲିଂ ବ୍ୟବସ୍ଥା ମଧ୍ୟ କଡା କଡି କରାଯିବା ସଚେତନତା ସୃଷ୍ଟି କ୍ୟାମ୍ପନ କରାଯିବ ଟ୍ରାଫିକ ଏସିପି କହିଛନ୍ତି ।

{"id":117063}

ତେବେ ପ୍ରଶ୍ନ ଉଠୁଛି, ଜାତୀୟ ରାଜପଥରେ ଚିହ୍ନଟ ହୋଇଥିବା ୫ ଟି ବ୍ଲାକ ସ୍ପଟ ବ୍ୟତିତ ଅାହଚରି ବି ବ୍ଲାକ ସ୍ପଟ ରହିଛି । ଯେମିତି, ପଳାଶୁଣି ଛକ, ସିଅାରପି ଫ୍ଲାଇଓଭର, ବରମୁଣ୍ଡା, ଖଣ୍ଡଗିରି, ତୋମାଣ୍ଡ । ଏ ସବୁ ସ୍ଥାନକୁ କାହିଁକି ବ୍ଲାକ ସ୍ଫଟ ଚିହ୍ନଟ କରାଯାଇ ନାହିଁ । ଟ୍ରାଫିକ ପୋଲିସ ପକ୍ଷରୁ ଏଯାଏଁ କାହିଁକି ପଦକ୍ଷେପ ନିଅଯାଉ ନ ଥିଲା । ଏଭଳି ଅନେକ ପ୍ରଶନ ଏବେ ସାମ୍ନାକୁ ଅାସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.