Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେଟ୍ରୋ ଫେଜ-୩ର ୫ ଷ୍ଟେସନ ପାଇଁ ଲୋକେସନ ଫାଇନାଲ, ଉପକୃତ ହେବେ ଦିଲ୍ଲୀ ସମେତ ୟୁପିର ୫୦ ଲକ୍ଷ ଲୋକ

ନୂଆଦିଲ୍ଲୀ ୧୩।୫:  ନୋୟଡା ଇଲେକ୍ଟ୍ରୋନିକ୍ ସିଟିରୁ ମୋହନ ନଗର ପର୍ଯ୍ୟନ୍ତ ମେଟ୍ରୋ ଫେଜ-ଥ୍ରୀ ନିମନ୍ତେ ୫ଟି ଷ୍ଟେସନ ପାଇଁ ଲୋକେସନ ଚୂଡାନ୍ତ ହୋଇଛି। ଷ୍ଟେସନ ପାଇଁ  ଫେଜ-ଟୁ ମେଟ୍ରୋ ଭଳି ଯେପରି ଅଧିକ ଜମି ଆବଶ୍ୟକ ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏହି ର୍ୟାପିଡ ରେଲ କରିଡରରେ ୩ଟି ଷ୍ଟେସନ ସଡକ କଡରେ ନିର୍ମିତ ହେବ। ଏଣୁ ସଡକରୁ ଷ୍ଟେସନକୁ କେବଳ ସିଡି ନିର୍ମିତ ହେବ। 

ମେଟ୍ରୋରସମ୍ପ୍ରସାରଣ ଗାଜିଆବାଦକୁ ରେଳ କରିଡର ସହ ସଂଯୁକ୍ତ କରୁଥିବା ବେଳେ ନୋୟଡା, ଗାଜିଆବାଦ ସମେତ ହାପୁଡ ଓ ମିରଟର ଲୋକେ ମଧ୍ୟ ଉପକୃତ ହେବେ। ମେଟ୍ରୋ ରେଳ ଷ୍ଟେସନ ପରେ ଲୋକେ ମାଜେଣ୍ଟା ଲାଇନରେ ରେଳଯାତ୍ରା କରିବେ। ଏଥି ପାଇଁ ଲୋକଙ୍କୁ ଆଉ ରେଡ ଲାଇନକୁ ଯିବାକୁ ପଡିବନି। ସେମାନେ ବ୍ଲୁଲାଇନରେ ରାଜଧାନୀ ଦିଲ୍ଲୀ ସମେତ ମେଟ୍ରୋ ଯୋଗେ ଅନ୍ୟାନ୍ୟ ଅଞ୍ଚଳକୁ ସୁବିଧାରେ ଆତଯାତ ହୋଇପାରିବେ। ନୂଆ ମେଟ୍ରୋ ଷ୍ଟେସନ ଯୋଗୁ ଉତ୍ତରପ୍ରଦେଶ ଓ ଦିଲ୍ଲୀର ଅନୁନ୍ୟ ୫୦ ଲକ୍ଷ ଲୋକେ ଉପକୃତ ହେବେ ବୋଲି ମେଟ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ଷ୍ଟେସନ ପାଇଁ ସ୍ଥିରିକୃତ ସ୍ଥାନ ମଧ୍ୟରେ ବୈଭବ ଖଣ୍ଡ, ଡିପିଏସ ଇନ୍ଦିରାପୁରମ, ଶକ୍ତିଖଣ୍ଡ, ବସୁନ୍ଧରା ସେକ୍ଟର ଓ ବସୁନ୍ଧରା ସେକ୍ଟର -୨ରହିଛି। ଏଥିରୁ ୩ଟି ଷ୍ଟେସନର ଦୂରତା ୧ କିଲୋମିଟର ମଧ୍ୟରେ ହୋଇଥିବା ବେଳେ । ଏହି ସବୁ ଷ୍ଟେସନ ନିମନ୍ତେ ସହମତି ହୋଇଥିବା ବିସି ଜିଡିଏ କଞ୍ଚନ ବର୍ମା କହିଛନ୍ତି।  

48 Views

   ସମ୍ବନ୍ଧିତ ଖବର