ଏୟାର ଇଣ୍ଡିଆର ୫ ପାଇଲଟ୍ କରୋନା ପଜିଟିଭ୍ : ଚିନ୍ତାରେ ସରକାର

Published By : Prameya-News7 Bureau | May 10, 2020 IST

ନୂଆଦିଲ୍ଲୀ ୧୦/୦୫ : ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି | କରୋନା ବ୍ରେକ ଲାଗିବାର ନାଁ ନେଉନାହିଁ | ପ୍ରତିଦିନ ଦେଶର କୋଣ ଅନୁକୋଣରେ କରୋନା ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି | ଏୟାର ଇଣ୍ଡିଆର ୫ ଜଣ ପାଇଲଟ କରୋନା ପଜିଟିଭ ଥିବା ଜଣାପଡିଛି | ଏ ସମସ୍ତ ପାଇଲଟ ମୁମ୍ବାଇରେ ରୁହନ୍ତି | ଏମାନେ ବର୍ତ୍ତମାନ କାର୍ଗୋ ଅପରେସନରେ କାର୍ଯ୍ୟରତ ଥିଲେ |

ପାଇଲଟଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କ ଯାଞ୍ଚ ଆରମ୍ଭ ହୋଇସାରିଛି | ଏମାନେ ଏପ୍ରିଲ ୧୮ ତାରିଖରେ ଚୀନର ଗ୍ୱାଙ୍ଗଝୋଇରୁ ଉଡାଣ ଆରମ୍ଭ କରିଥିଲେ | ଏହି ପାଇଲଟମାନେ ଚୀନର ଗ୍ୱାଙ୍ଗଝୋଇରେ କାର୍ଗୋ ଅପରେସନରେ କାର୍ଯ୍ୟରତ ଥିଲେ | ଏହି ପାଇଲଟଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା | କିନ୍ତୁ ପରେ ଯେତେବେଳେ ଏମାନଙ୍କ ନମୁନା ଯାଞ୍ଚ କରାଯାଇଥିଲା ସେଥିରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା | ସମସ୍ତ ପାଇଲଟଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.