ଉତ୍ତରପ୍ରଦେଶରେ ଗୋଟିଏ ପରିବାରର ୫ଜଣ କରୋନା ସଂକ୍ରମିତ : ୫୦ଜଣ ସମ୍ପର୍କୀୟ ମେଡିକାଲରେ

Published By : Prameya-News7 Bureau | March 29, 2020 IST

ବୁଲନ୍ଦସହର ୨୯/୩: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାର ଖୁର୍ଜାରେ ରହୁଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ବୋଲି ଜଣା ପଡ଼ିଛି। କେବଳ ଏତିକି ନୁହେଁ ବ୍ୟକ୍ତିଙ୍କ ପତ୍ନୀ ଏବଂ ୩ପିଲାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ଅର୍ଥାତ୍ ଗୋଟିଏ ପରିବାରର ମୋଟ ୫ଜଣ କରୋନା ସଂକ୍ରମିତ ଥିବା ଜଣା ପଡ଼ିଛି। ଶୁକ୍ରବାର ସନ୍ଧ୍ୟାରେ ଏକଥା ଜଣା ପଡ଼ିବା ପରେ ଜିଲ୍ଲା ପ୍ରଶାସନ ହରଡ଼ଘଣାରେ ପଡ଼ିଯାଇଥିଲା। ତୁରନ୍ତ ସ୍ବାସ୍ଥ୍ୟ ବିଭାଗ ତାଙ୍କ ସଂସ୍ପର୍ଶରେ ଆସିଥିବା ୫୦ଜଣ ସମ୍ପର୍କୀୟଙ୍କୁ ମଧ୍ୟ ଆଇସୋଲେଟ୍ କରି ତାଙ୍କ ତଦନ୍ତ ଆରମ୍ଭ କରି ଦେଇଛି।

ଏମାନଙ୍କ ମଧ୍ୟରୁ ୩୫ଜଣଙ୍କୁ ସୁଭାରତୀ ହସ୍ପିଟାଲ୍ ତ ୧୫ଜଣଙ୍କୁ ଲାଲା ଳଜପତ ରାୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଯାଇଛି। ଏହି ବ୍ୟକ୍ତି ଜଣକ ଟ୍ରେନରେ ଅମରାବତୀରୁ ମିରଠ ଆସିଥିଲେ। ରାସ୍ତାରେ ଆସୁଥିବାବେଳେ ମଧ୍ୟ ସେ ଅନ୍ୟ ଯାତ୍ରୀଙ୍କୁ ସଂକ୍ରମିତ କରିଥିବେ। ଏହା ବ୍ୟତୀତ ସଂକ୍ରମିତ ବ୍ୟକ୍ତି ମିରଠରେ ଏକ ବିବାହ ସମାରୋହରେ ମଧ୍ୟ ସାମିଲ ହୋଇଥିଲେ। କେବଳ ଏତିକି ନୁହେଁ ବ୍ୟକ୍ତି ମସଜିଦରେ ମଧ୍ୟ ନମାଜ ପଢ଼ିଥିଲେ।

{"id":245704,"sizeSlug":"large"}

ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କ ଯାଞ୍ଚ ପାଇଁ ସର୍ଭିଲାନ୍ସ ଟିମକୁ ଲଗାଯାଇଛି। ସମସ୍ତଙ୍କୁ ଟ୍ରେସ୍ କରିବାକୁ ଉଦ୍ୟମ କରାଯାଉଛି। କୌଣସି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ନାହିଁ।

ଡାକ୍ତରଙ୍କ କହିବା ଅନୁସାରେ ଖୁବ୍ ଶୀଘ୍ର ସବୁ କିଛି ଠିକ୍ କରାଯିବ। ଏହା ବ୍ୟତୀତ ୫୦ଜଣଙ୍କ ରିପୋର୍ଟ ଆସିବା ପରେ ଯେଉଁମାନେ ପଜିଟିଭ ଥିବେ ତାଙ୍କ ଚିକିତ୍ସା କରାଯିବ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ତାଙ୍କୁ ୧୪ଦିନ ଯାଏଁ ହୋମ୍ କ୍ବାରେଣ୍ଟାଇନ୍ କରାଯିବ।

ସଂକ୍ରମିତ ବ୍ୟକ୍ତି ଅନେକ ଲୋକଙ୍କୁ ସଂକ୍ରମିତ କରିଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁ​‌ଷ୍ଠାନ ମଧ୍ୟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.