କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି, ଘୋଷଣା କଲେ ମନ୍ତ୍ରୀ ପ୍ରକାଶ ଜାଭଡେକର

Published By : Prameya-News7 Bureau | October 09, 2019 IST

ନୂଆଦିଲ୍ଲୀ ୯।୧୦: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଦ୍ବାରା ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । କର୍ମଚାରୀଙ୍କ ପାଇଁ ଏହା ଦିପାବଳୀ ଉପହାର ବୋଲି କୁହାଯାଇପାରେ । ମହଙ୍ଗା ଭତ୍ତା ବୃଦ୍ଧି ନେଇ ଦୀର୍ଘ ଦିନ ହେଲା କଳ୍ପନା ଜଳ୍ପନା ପ୍ରକାଶ ପାଇଆସୁଥିଲା । ମହଙ୍ଗା ଭତ୍ତା ୩ ପ୍ରତିଶତ ବଢିବ ନା ୫ ପ୍ରତିଶତ ବଢିବ ତାକୁ ନେଇ ହିସାବ କିତାବ ଚାଲିଥିଲା ।

ଏହାଦ୍ବାରା ଉଭୟ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ । ଚଳିତ ବର୍ଷ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ମହଙ୍ଗା ଭତ୍ତା । ପୂର୍ବରରୁ ୧୨ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିବା ବେଳେ ଏବେ ୧୭ ପ୍ରତିଶତ ପାଇବେ । ମହଙ୍ଗା ଭତ୍ତା ବୃଦ୍ଧି ହେବା ଦ୍ବାରା ଆଉ ଅଧିକ ୧୬୦୦୦ କୋଟି ଟଙ୍କାର ଆର୍ଥିକ ବୋଝ କେନ୍ଦ୍ର ସରକାର ବହନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.