ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ୫ଜଣଙ୍କୁ ନିସ୍ତୁକ ମାଡ

Published By : Prameya-News7 Bureau | September 01, 2019 IST

ମୟୁରଭଞ୍ଜ  ୧/୯: ପୁଣି ସାମ୍ନାକୁ ଆସିଲା ଅନ୍ଧ ବିଶ୍ବାସର କରୁଣ ପରିଣତି । ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ନିସ୍ତୁକ ପିଟିଲେ ଗାଁ ଲୋକ । ମୟୁରଭଞ୍ଜ କପ୍ତିପଦା ଭେଜିଡିହା ଗାଁରେ ଘଟିଛି ଏଭଳି ଘଟଣା । ଗୁରୁଭା ସିଂ ନାମକ ଜଣେ ବ୍ୟକ୍ତି ନିଜ ସଂପର୍କୀୟଙ୍କ ଘରକୁ ଯାଇଥିବା ବେଳେ , ସଂପର୍କୀୟଙ୍କ ପଡ଼ୋଶୀ ଜ୍ବରରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ଭଲ କରିବାକୁ ପୂଜା କରିଥିଲେ ଗୁରୁଭା ।

{"id":151572}

ଏସମ୍ପର୍କରେ ଗାଁ ଲୋକେ ଜାଣିବା ପରେ ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ଗୁରଭା ଓ ତାଙ୍କ ପରିବାରକୁ ନିସ୍ତୁକ ପିଟିଥିଲେ । ଏଥିରେ ଗୁରୁଭା ଓ ତାଙ୍କ ସମୁଦୁଣୀ ଲେତ ସିଂ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

{"id":151573}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.