ମାଓପ୍ରବଣ ଜିଲ୍ଲା ତାଲିକାରୁ ବାଦ୍ ପଡ଼ିଲା ଓଡିଶାର ୫ ଜିଲ୍ଲା : ବାକି ରହିଲେ ଆଉ ୧୦, ସମ୍ପୂର୍ଣ୍ଣ ଓଡ଼ିଶାକୁ ମାଓ ମୁକ୍ତ କରିବାକୁ ଓଡ଼ିଶା ପୋଲିସ ପ୍ରତିଶ୍ରୁତି

Published By : Prameya-News7 Bureau | July 10, 2020 IST

ଭୁବନେଶ୍ୱର ୧୦/୦୭ : ମାଓ ପ୍ରବଣ ଜିଲ୍ଲା ତାଲିକାରୁ ବାଦ ପଡିଲା ୫ଜିଲ୍ଲା । ଏନେଇ ଆଜି ଘୋଷଣା କରିଛନ୍ତି ପୋଲିସ ଡିଜି । ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ ଏବଂ ନୟାଗଡ ଜିଲ୍ଲା ବାଦ ପଡିଛି। ବର୍ତ୍ତମାନ ମାଓପ୍ରବଣ ଜିଲ୍ଲା ତାଲିକାରେ ଆହୁରି ୧୦ ଜିଲ୍ଲା ରହିଛି । ସରକାର ବିକାଶ ମୂଳକ କାର୍ଯ୍ୟ ଏବଂ ପୋଲିସ ସଫଳ ଅପରେସନ ପାଇଁ ମାଓ କାର୍ଯ୍ୟକଳାପ ଓଡିଶାରେ କମିଛି । ….


ମାଓପ୍ରବଣ ଜିଲ୍ଲା ତାଲିକାରୁ ବାଦ ପଡ଼ିଲା ଓଡ଼ିଶାର ୫ ଜିଲ୍ଲା । ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଏବଂ ନୟାଗଡ଼ ରେଡ ଜିଲ୍ଲା ତାଲିକାରୁ ବାଦ ପଡ଼ିଛି । ଏସବୁ ଜିଲ୍ଲାରେ ମାଓ ଗତିବିଧି ରୋକିବାରେ ପ୍ରଶାସନ ସଫଳ ହେବା ପରେ ମାଓ ପ୍ରବଣ ଜିଲ୍ଲା ତାଲିକାରୁ ବାଦ ଦିଆଯାଇଛି। ସୁରକ୍ଷା ସମ୍ପର୍କୀତ ଖର୍ଚ୍ଚ ତାଲିକାରୁ ମଧ୍ୟ ରାଜ୍ୟ ସରକାର ଏହି ଜିଲ୍ଲା ଗୁଡ଼ିକୁ ବାଦ ଦେଇଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ଏହି ୫ଟି ଜିଲ୍ଲାରେ ସୁରକ୍ଷା କଡ଼ାକଡ଼ି କରାଯିବା ଫଳରେ ମାଓବାଦିଙ୍କ ଗତିବିଧି ସମ୍ପୂର୍ଣ୍ଣ ହ୍ରାସ ପାଇଛି । ସେହିପରି ସମ୍ପୂର୍ଣ୍ଣ ଓଡ଼ିଶାକୁ ମାଓ ମୁକ୍ତ କରିବା ପାଇଁ ଓଡ଼ିଶା ପୋଲିସ ପ୍ରତିଶ୍ରୁତି ବଦ୍ଧ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି । ଗତ ଦୁଇ ବର୍ଷ ହେଲା ସୁରକ୍ଷା କଡାକଡି ଯୋଗୁଁ କୌଣସି ମାଓ ହିଂସାକାଣ୍ଡ ଘଟି ନାହିଁ ।

{"id":298739,"sizeSlug":"large"}


ପୂର୍ବରୁ ୨୦୧୮ ଏପ୍ରିଲରେ ୬ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରାଯାଇଥିଲା। ଏଥିରେ ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଏବଂ ଗଞ୍ଜାମକୁ ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା ହୋଇଥିଲା । ସେତେବେଳ, ୧୯ ମାଓପ୍ରବଣ ଜିଲ୍ଲାରୁ ଏହି ୬ ଜିଲ୍ଲାକୁ ବାଦ ଦେବା ପରେ ୧୩ ଜିଲ୍ଲା ମାଓପ୍ରବଣ ଥିଲା। କିନ୍ତୁ ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ପୁଣି ମାଓ ପ୍ରବଣ ତାଲିକାରେ ସମାିଲା କରାଯାଇଥିଲା । ଫଳରେ ଓଡିଶାର ୧୫ଜିଲ୍ଲା ୨୦୧୮ ମସିହାରେ ମାଓପ୍ରବଣ ଥିଲା। ଚଳିତବର୍ଷ ୫ଜିଲ୍ଲା ବାଦ ପଡିବା ପରେ ଏବେ ୧୦ ଜିଲ୍ଲା ମାଓପ୍ରବଣ ଜିଲ୍ଲା ରହିଛି। ଏହି ୧୦ଜିଲ୍ଲା ହେଲେ ବରଗଡ, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ, କେରାପୁଟ, ମାଲାକାନାଗିରି ନବରଙ୍ଗପୁର, ନୂଆପଡା, ରାୟଗଡା ଓ ସୁନ୍ଦରଗଡ ।



ତୃଣମୂଳ ସ୍ତରରେ ବିକାଶ ମୂଳକ କାର୍ଯ୍ୟ ପହଞ୍ଚିବା ଏବଂ ପୋଲିସ ସଫଳ ଅପରେସନ ପାଇଁ ମାଓ ଚିନ୍ତାଧାରାରୁ ଧୀରେ ଧିରେ ଲୋକ ନିବୃତ୍ତ ହେଉଛନ୍ତି। ଯେଉଥିପାଇଁ ୧୯ ମାଓ ପ୍ରବଣ ଜିଲ୍ଲାର ସଖ୍ୟା ଏବେ ୧୦ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.