ଆଜିଠାରୁ ଦେଶରେ ଲାଗୁ ହେବ ଏହି ୫ଟି ନିୟମ : ଜାଣନ୍ତୁ କ'ଣ

Published By : Prameya-News7 Bureau | February 23, 2019 IST

ଦିଲ୍ଲୀ ୨୩/୨ : କେନ୍ଦ୍ର ସରକାର ପ୍ରତିଦିନ ଦେଶରେ କିଛି ନା କିଛି ନୂଆ ନିୟମ ଲାଗୁ କରିଥାନ୍ତି | ଚଳିତ ମାସରେ ମୋଦି ସରକାର ଅନେକ ପ୍ରସଙ୍ଗରେ ନୂଆ ନୂଆ ନିୟମ ଲାଗୁ କରିଛନ୍ତି | ଆସନ୍ତୁ ଜାଣିବା କେତେକ ଲାଗୁ ହୋଇଥିବା ନୂଆ ନିୟମ ବିଷୟରେ :

୧. କାଶ୍ମୀର ପୁଲୱାମାରେ ଗତ ୧୪ ତାରିଖରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ପାକିସ୍ତାନକୁ ପାଣି ବନ୍ଦ କରିଦେଇଛନ୍ତି | ପାକିସ୍ତାନ ବୁନ୍ଦେ ବୁନ୍ଦେ ପାଣି ପାଇଁ ଯେଭଳି ଡହଳ ବିକଳ ହେବ | ଭାରତର ୩ଟି ନଦୀର ପାଣି ପାକିସ୍ତାନକୁ ଯାଉଥିଲା | ଏହି ୩ଟି ନଦୀର ପାଣିକୁ ଅଟକାଇ ଯମୁନା ନଦୀରେ ମିଶାଇବା ପାଇଁ ଯୋଜନା ଚାଲିଛି | 

୨. EPF ର ସୁଧ ବୃଦ୍ଧି :

ଯଦି ଆପଣ ବି ଚାକିରୀ କରୁଛନ୍ତି ତାହେଲେ EPF ଯୋଜନାର ଅଂଶୀଦାର ହୋଇଥିବେ ନିଶ୍ଚୟ | ଯଦି ଆପଣ ଇପିଫ ଯୋଜନାରେ ସାମିଲ ଅଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର | ସରକାର EPF ଜମା ଉପରେ ସୁଦା ହାର ବୃଦ୍ଧି କରିଛନ୍ତି | ୨୦୧୯ ଆର୍ଥିକ ବର୍ଷରେ ୮.୬୫ ପ୍ରତିଶତ ସୁଧ ମିଳିବ | ପୂର୍ବରୁ ଏହି ଏହା ୮.୫୫ ପ୍ରତିଶତ ରହିଥିଲା |

୩. କାଶ୍ମୀରର ବିଛିନ୍ନବାଦୀ ନେତାମାନଙ୍କ ସୁରକ୍ଷା ଏବଂ ସୁବିଧା ରଦ୍ଦ :

ପୁଲୱାମାରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ସରକାର କାଶ୍ମୀରର ୧୮ ବଡ ବଡ ବିଛିନ୍ନବାଦୀ ନେତାମାନଙ୍କ ସୁରକ୍ଷା ସମେତ ଅନେକ ସୁବିଧା ରଦ୍ଦ କରିଦେଇଛନ୍ତି | କେନ୍ଦ୍ର ସରକାର ଏହି ନେତାମାନଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ | 

୪. ଦିଲ୍ଲୀରେ କାମ କରୁଥିବା ଲୋକଙ୍କୁ ସର୍ବନିମ୍ନ ଦରମା :

ଯଦି ଆପଣ ମଧ୍ୟ ଦେଶର ରାଜଧାନୀ ଦିଲ୍ଲୀରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି ତାହେଲେ ଏହି ଖବରଟି ଆପଣଙ୍କ ପାଇଁ | ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଦିଲ୍ଲୀରେ ଅକଷୁଲ ମଜୁରିଆଙ୍କୁ ପ୍ରତି ମାସରେ ସର୍ବନିମ୍ନ ମଜୁରୀ ୧୪,୮୪୨ ଟଙ୍କା ଦିଆଯିବର ଘୋଷଣା ହୋଇଛି |

୫. ମାଗଣାରେ ଟିଭି ଦେଖୁଥିବା ଲୋକଙ୍କ ପାଇଁ ବଡ ଦୁଃଖଦ ଖବର ଯଦି ଆପଣ ଡ଼ିଡ଼ି ଫ୍ରି ଡିସ ଟିଭି ଦେଖୁଛନ୍ତି ତାହେଲେ ଆପଣଙ୍କ ପାଇଁ ଖରାପ ଖବର ରହିଛି | ଏବେ ଆପଣ ଟିଭିରେ ଟପ ୫ ଫିଲ୍ମ ଚାନେଲର ମଜା ଉଠେଇ ପାରିବେ ନାହିଁ | TRAI ର ନୂଆ ନିୟମ ପୂର୍ବରୁ ଟପ ବ୍ରାଣ୍ଡକାଷ୍ଟର ନିଜର ହିନ୍ଦୀ ମନୋରଞ୍ଜନ ଚାନେଲ ପ୍ରସାର ଭାରତୀ ଜରିଆରେ ଫ୍ରି ଟୁଏୟାର ପ୍ଲାଟଫର୍ମରୁ ହଟାଇବାକୁ ନିଷ୍ପତ୍ତି ନେଇଛି |

ଡ଼ିଡ଼ି ଫ୍ରି ଡ଼ିସ ଟିଭିରେ ଅନମୋଲ, ଷ୍ଟାର ଉତ୍ସବ, ସିନେ ସୀନେପ୍ଲେକ୍ସ, ଷ୍ଟାର ଭାରତ ଏବଂ ସୋନି ପଲ ଭଳି ଲୋକପ୍ରିୟ ଚାନେଲ ଦେଖିବାକୁ ମିଳିବନାହିଁ | ବ୍ରାଣ୍ଡକାଷ୍ଟର ଏହି ନିୟମ ଯୋଗୁଁ ପାଖାପାଖି ୨.୨ କୋଟି ଉପଭୋକ୍ତା ପ୍ରଭାବିତ ହେବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.