କେରଳରେ ୫ କରୋନା ପଜିଟିଭ ଚିହ୍ନଟ, ୨୪ଘଣ୍ଟାରେ ୮ଜଣ ସଂକ୍ରମିତ : ୩୯ରେ ପହଞ୍ଚିଲା ରୋଗୀଙ୍କ ସଂଖ୍ୟା

Published By : Prameya-News7 Bureau | March 08, 2020 IST

ନୂଆଦିଲ୍ଲୀ ୮।୩: ସାରା ବିଶ୍ବରେ ଆତଙ୍କ ଖେଳାଇଛି କରୋନା ଭାଇରନ୍ । ଭାରତରେ ମଧ୍ୟ କରୋନା ଆତଙ୍କରେ ଆତଙ୍କିତ ଦେଶବାସୀ । ଭାରତରେ କରୋନା ଭାଇରସ୍ ରେ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ରବିବାର ଆଉ ୫ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।  ବର୍ତ୍ତମାନ ଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି ।

{"id":234796,"sizeSlug":"large"}

କେରଳର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କରୋନା ଭାଇରସ୍ ସଂକ୍ରମିତର ୫ଟି ନୂଆ ମାମଲା ଆସିଛି। ସମସ୍ତ ୫ ରୋଗୀଙ୍କ ନମୁନା ପଜିଟିଭ ବୋଲି ଜଣାପଡିଛି। ୫ ରୋଗୀଙ୍କୁ ପଥାନାମାଥିଟା ଡାକ୍ତରଖାନାରେ ଆଇସୋଲେସନ ଓ୍ବାର୍ଡରେ ରଖାଯାଇଛି । ୫ ଜଣଙ୍କ ମଧ୍ୟରୁ ୩ ଜଣ ଇଟାଲୀରୁ ଫେରିଥିଲେ । ଯେଉଁଥି ପାଇଁ ପଥାନାମାଥିଟା ଜିଲ୍ଲାର ଆଉ ଦୁଇ ଜଣ ଲୋକ ଏହି ଭାଇରସ୍ ରେ ଆକ୍ରାନ୍ତ ହୋଇଛନ୍ତି ।

{"id":234797,"sizeSlug":"large"}

ଏହା ପୂର୍ବରୁ ଶନିବାର ଦିନ ଦେଶରେ ୩ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଥିଲା। ଓମାନରୁ ଫେରିଥିବା ତାମିଲନାଡୁର ଜଣେ ବ୍ୟକ୍ତି କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ଇରାନରୁ ଫେରିଥିବା ଲଦାଖର ଦୁଇ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି । ଏହିପରି, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୮ ଜଣ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.