ଭୁବନେଶ୍ୱରରେ ଆଉ ୫ କରୋନା ପଜିଟିଭ୍: ୪ଜଣ କ୍ୱାରେଣ୍ଟାଇନରେ ଥିଲେ, ଜଣେ ସ୍ଥାନୀୟ ସଂକ୍ରମଣ

Published By : Prameya-News7 Bureau | June 06, 2020 IST

ଭୁବନେଶ୍ୱର, ୦୬|୦୬:  ରାଜଧାନୀ ଭୁବନେଶ୍ୱରରୁ ଆଉ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି । ଏନେଇ ବିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ବିଏମସିର ସୂଚନାନୁସାରେ, କ୍ୱାରେଣ୍ଟାଇନରେ ରହିଥିବା ୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଡୁମଡୁମାର ହୋଇଥିବା ବେଳେ ସେ ପଶ୍ଚିମବଙ୍ଗରୁ ଫେରିଥିଲେ । ସେହିପରି ଆଉଜଣେ ହେଉଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳର । ସେ ଗୁଜୁରାଟରୁ ଫେରିଥିବା ବେଳେ ଘାଟିକିଆର ଜଣେ ସଂକ୍ରମିତ ପଶ୍ଚିମବଙ୍ଗରୁ ଫେରିଥିଲେ । ଏତତ୍ ବ୍ୟତୀତ ପୋଖରୀପୁଟରୁ ମଧ୍ୟ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଦିଲ୍ଲୀରୁ ଫେରିଥିଲେ ।

wp:html /wp:html

ଏହାସହ ରାଜଧାନୀରେ ଜଣେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଜଣଙ୍କ ହେଉଛନ୍ତି ଗଜପତିନଗର ଅଞ୍ଚଳର ।

ପୂର୍ବରୁ ମଧ୍ୟ ୨ ଦିନ ତଳେ ରାଜଧାନୀରୁ ୧୩ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଥିଲା । ଏହା ମଧ୍ୟରୁ ୭ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ୬ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.