ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତ ବାଲେଶ୍ୱରର, ସମସ୍ତ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି

Published By : Prameya-News7 Bureau | April 21, 2020 IST

ଭୁବନେଶ୍ୱର ୨୧।୦୪: ରାଜ୍ୟରେ ଆଜି ଆଉ ୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ଓଡିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରୁ ୭୯କୁ ବୃଦ୍ଧି ହୋଇଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ବୋଲି ଜଣାପଡିଛି । ଏଭିତରେ ଦୁଇ ଜଣ ୩୪ବର୍ଷୀୟ ମହିଳା, ଜଣେ ୧୨ବର୍ଷର ନାବାଳକ, ଜଣେ ୩୮ ବର୍ଷୀୟ ଯୁବକ , ଜଣେ ୨୬ବର୍ଷୀୟ ଯୁବକ ଏବଂ ଅନ୍ୟ ଜଣେ ୩୪ବର୍ଷୀୟ ମହିଳା । ଏହି ଆକ୍ରାନ୍ତମାନେ ପୂର୍ବରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ନିକଟ ସଂପର୍କୀୟ ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଟ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି । ନୂଆ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଏହି ୫ଜଣ ଆଉ କାହା ସହ କଣ୍ଟାକ୍ଟରେ ଆସିଛନ୍ତି ସେନେଇ ରିପୋର୍ଟ ସଂଗ୍ରହ ଚାଲିଛି ।

wp:core-embed/twitter {"url":"https://twitter.com/IPR_Odisha/status/1252448121214427136","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1252448121214427136
/wp:core-embed/twitter

ଏହାସହ କେବଳ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚଛି । ଏବେ ରାଜ୍ୟରେ ମୋଟ ୫୩ ଆକ୍ଟିଭ କେସ୍ ରହିଛି । ସୁସ୍ଥ ହୋଇ ଡିସଚାର୍ଜ ହେଲେଣି ୨୫ ଜଣ । ଓଡିଶାରେ କରୋନାରେ ଏବେ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ୭୪୮ ଟେଷ୍ଟ ହୋଇଛି । ୪ହଜାର ୮୬୧ ରାପିଡ୍ ଆଣ୍ଟିବଡି ଟେଷ୍ଟ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ୍ ସାଇଟ୍ ରୁ ପ୍ରକାଶ ପାଇଛି । ଗତକାଲି ଗୋଟିଏ ଦିନରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଆଉ ୫ଜଣ ଚିହ୍ନଟ ହେବା ପରେ ଚିନ୍ତା ବଢିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.