ଆଜିଠୁ ବଦଳି ଯିବ ଇନକମ୍ ଟ୍ୟାକ୍ସ ସହ ଜଡିତ ଏହି ୫ଟି ନିୟମ, କଣ ପଡିବ ପ୍ରଭାବ ?

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ, ୦୧|୦୪:  ଏପ୍ରିଲ ୧ରୁ ୨୦୨୦-୨୧ ଆର୍ଥିକ ବର୍ଷ ଆରମ୍ଭ ହୋଇଛି। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାର ପୂର୍ବରୁ ୨୦୧୮-୧୯ ପାଇ ଆୟକର ପୈଠ ସମୟସୀମା ବୃଦ୍ଧି କରିଦେଇଛନ୍ତି । ଏପରିକି ଆଧାର କାର୍ଡ ଓ ପାନ୍ କାର୍ଡ ଲିଙ୍କ୍ ଅବଦ୍ଧି ମଧ୍ୟ ଜୁନ ୩୦ ଯାଏଁ ବୃଦ୍ଧି କରାଯାଇଛି । ୨୦୨୦ ବଜେଟରେ ସରକାର ଆୟକର ପୈଠ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି । ଯାହା ଆଜିଠାରୁ ଲାଗୁ ହୋଇଛି ।

ନୂଆ ଟ୍ୟାକ୍ସ୍ ସ୍ଲାବ୍- ୨୦୨୦ରୁ ନୂଆ ଟ୍ୟାକ୍ସ୍ ସ୍ଲାବ୍ ଲାଗୁ ହେବ । ଏହାସହ ପୁରୁଣା ଟିକସ ମଧ୍ୟ ଜାରି ରହିବ । ଟିକସଦାତାଙ୍କୁ ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏକୁ ଚୟନ କରିବାକୁ ହେବ । ୨.୫ ଲକ୍ଷ ଯାଏଁ ବାର୍ଷିକ ଆୟ ଉପରେ କୌଣସି ଟିକସ ଲାଗିବ ନାହିଁ । ତେବେ ୨.୫ରୁ ୫ ଲକ୍ଷ ଯାଏଁ ୫ ପ୍ରତିଶତ, ୫ରୁ ୭.୫ ଲକ୍ଷ ଆୟରେ ୧୦ ପ୍ରତିଶତ, ୭.୫ରୁ ୧୦ ଲକ୍ଷ ଆୟ ଉପରେ ୧୫ ପ୍ରତିଶତ, ୧୦ ଲକ୍ଷରୁ ୧୨.୫ ଲକ୍ଷ ଆୟରେ ୨୦ ପ୍ରତିଶତ ଟିକସ ଲାଗିବ । ସେହିପରି ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଲାଗିବ ।

ଡେବିଟେଡ୍ ଡିଷ୍ଟ୍ରିବ୍ୟୁସନ ଟ୍ୟାକ୍ସ- ସରକାର ବିଭିନ୍ନ କମ୍ପାନୀ ଓ ମ୍ୟୁଚୁଆଲ ଫଣ୍ଡ ତରଫରୁ ଦିଆଯାଉଥିବା ଡେବିଡେଡ୍ ଉପରେ ଡିଡିଟି ଶେଷ କରିଦେଇଛନ୍ତି । ଯଦି ଆପଣ ମ୍ୟୁଚୁଆଲ ଫଣ୍ଡରୁ ଆୟ କରୁଛନ୍ତି ଏହାକୁ ମଧ୍ୟ ମୋଟ ଆୟରେ ସାମିଲ କରାଯିବ ।

ଟ୍ୟାକ୍ସେବୁଲ ହେବ ଇପିଏଫ ଓ ଏନପିଏସ- ଯଦି ଏନପିଏସ, ଇପିଏଫରେ ଏମ୍ପ୍ଲୟର କଣ୍ଟ୍ରିବ୍ୟୁସନାଲ୍ ବାର୍ଷିକ ୭.୫ ଲକ୍ଷରୁ ଅଧିକ ହୁଏ ତେବେ କର୍ମଚାରୀଙ୍କ ପାଇଁ ଟ୍ୟାକ୍ସେବୁଲ ହେବ ।

ହାଉସିଂ ଲୋନ ଉପରେ ମିଳିବ ଟ୍ୟାକ୍ସ୍ ବେନିଫିଟ୍- ସରକାର ହାଉସିଂ ଲୋନର ସୁଦ୍ଧ ହାରରେ ଟ୍ୟାକ୍ସ୍ ବେନିଫିଟର ଅବଧି ବୃଦ୍ଧି କରିଛନ୍ତି । ୨୦୨୧, ମାର୍ଚ୍ଚ ୩୧ ସୁଦ୍ଧା ଏହାର ଫାଇଦା ମିଳିବ । ଯଦି ମାର୍ଚ୍ଚ ୩୧, ୨୦୨୧ ପୂର୍ବରୁ ଆପଣ ଘର କିଣିବା ପାଇଁ ୪୫ ଲକ୍ଷ ଟଙ୍କା ଲୋନ୍ ନେଇଛନ୍ତି ତେବେ ଆପଣଙ୍କୁ ଡିଡକ୍ସନର ଫାଇଦା ମିଳିବ ।

ଷ୍ଟାଟଅପଙ୍କୁ ଆଶ୍ୱସ୍ତି- ବଜେଟରେ ଷ୍ଟାଟଅପଙ୍କ ଇଏସଓପିରେ ଟ୍ୟାକ୍ସ ନିୟମ ସରଳ ହୋଇଛି । ଏବେ ଇଏସଓପି ଉପରେ ୫ ବର୍ଷ ପରେ ଟ୍ୟାକ୍ସ ଲାଗୁ ହେବ । ଏବେସୁଦ୍ଧା ମାତ୍ର ୨୦୦ ଷ୍ଟାଟଅପଙ୍କୁ ଏହି ସ୍କିମର ଲାଭ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.