ଭଦ୍ରକରୁ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ, କ୍ୱାରେଣ୍ଟାଇନରେ ଥିଲେ ସମସ୍ତ ସଂକ୍ରମିତ

Published By : Prameya-News7 Bureau | June 20, 2020 IST

ଭଦ୍ରକ, ୨୦|୦୬ :  ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଶନିବାର ରାଜ୍ୟରେ ୧୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଭଦ୍ରକରୁ ୫ଜଣ ସଂକ୍ରମିତ ରହିଛନ୍ତି ।

wp:html /wp:html

ଶନିବାର ଭଦ୍ରକରେ ଚିହ୍ନଟ ୫ କରୋନା ଆକ୍ରାନ୍ତଙ୍କର କୌଣସି ଲୋକାଲ କଣ୍ଟାକ୍ଟ ନଥିବା ଜଣାପଡିଛି । ସମସ୍ତ ନୂଆ ଚିହ୍ନଟ କ୍ୱାରେଣ୍ଟାଇନରେ ରହିଥିଲେ । ଜଣେ ସଂକ୍ରମିତ ଭଦ୍ରକ ବ୍ଲକର  ଓଲଙ୍ଗ ଓ ଅନ୍ୟ ୪ ଜଣ ଚାନ୍ଦବାଲି ବ୍ଲକର ଜେଜେଆର କ୍ଵରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ତାମିଲନାଡୁ ଲିଙ୍କରେ ୨ ଜଣ ଥିବା ବେଳେ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ  ଓ ନୂଆଦିଲ୍ଲୀ ଲିଙ୍କର ଜଣେ ଲେଖାଏଁ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.