ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ନକ୍ସଲ ନିହତ, ୨ ଯବାନ ଆହତ

Published By : Prameya-News7 Bureau | August 24, 2019 IST

ନାରାୟଣପୁର ୨୪|୮: ଛତିଶଗଡ ନାରାୟଣପୁର ଜିଲ୍ଲା ଅବୁଝମାଡ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ନକ୍ସଲ ନିହତ ହୋଇଛନ୍ତି । ଗୁଳିବିନିମୟ ଫଳରେ ଡିଆରଜିର ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ତେବେ ଅନ୍ୟ କେତେଜଣ ନକ୍ସଲ ନିହତ ଏବଂ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ତେବେ ଏହା ସ୍ପଷ୍ଟ ହୋଇନାହିଁ । ବସ୍ତର ଆଇଜି ଏନକାଉଣ୍ଟର ସଂପର୍କରେ ସୂଚନା ଦେଇଛନ୍ତି । ସୁରକ୍ଷାକର୍ମୀ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.