ଝାଡଖଣ୍ଡରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ନକ୍ସଲ ମୃତ

Published By : Prameya-News7 Bureau | January 29, 2019 IST

ଝାଡଖଣ୍ଡ ୨୯|୧:  ମାଲକାନଗିରି ସୀମାନ୍ତ ଝାଡଖଣ୍ଡ ପଶ୍ଟିମ ସିଂହଭୂମି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟରରେ ୫ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ସୁରକ୍ଷାକର୍ମୀମାନେ ସେମାନଙ୍କ ଠାରୁ ୨ ଟି ଏକେ୪୭, ଗୋଟିଏ ରାଇଫଲ ଓ ଗୋଟିଏ ପିସ୍ତଲ ଜବତ କରିଛନ୍ତି । ସିଂହଭୂମି ଜିଲ୍ଲାରେ ନକ୍ସଲମାନେ ଲୁଚିଥିବା ନେଇ ପୋଲିସକୁ ଗୁଇନ୍ଦା ଖବର ମିଳିଥିଲା । ଏହା ପରେ ପୋଲିସ ସେଠାରେ କମ୍ବିଂ ଅପରେସନ ଆରମ୍ଭ କରିଥିଲା । ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ୫ ଜଣ ମାଓ କ୍ୟାଡର ନିହତ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.