ଟ୍ରକକୁ ଧକ୍କା ଦେଲା କାର୍, ଗୋଟିଏ ପରିବାରର ୫ ମୃତ
4/04/2021 at 11:39 AM

ଜୟପୁର, ୦୪।୦୪ : ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍ ଓ ଟ୍ରକ୍ ମୁହାଁମୁହିଁ ହେବା ଫଳରେ ୫ ଜଣ ହାରିଲେ ଜୀବନ। ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ସାଂଚୋରରେ ।
ସୂଚନାନୁସାରେ, ଜାଲୋର ଦେଇ ଯାଇଥିବା ୬୮ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଯୋଧପୁରରୁ ଆସୁଥିବା ଏକ କାର୍ ସାଂଚୁରରେ ଏକ ଟ୍ରକକୁ ଧକ୍କା ଦେଇଥିଲା । ଦ୍ରୁତ ବେଗରେ ଆସୁଥିବା କାରଟି ଟ୍ରକ ସହ ଜୋରରେ ପିଟି ହୋଇଥିଲା । ଫଳରେ କାରରେ ଥିବା ୫ ଜଣ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ମୋଟର ଅଟକି ରହିଛି ।
ତେବେ ଦୁର୍ଘଟଣାର ସୂଚନା ପାଇ ପୋଲିସ ତୁଦନ୍ତ ପହଁଚିଥିଲା । ଏହାସହ କାର ମଧ୍ୟରୁ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ହସ୍ପିଟାଲରେ ପହଁଚିବା ପୂର୍ବରୁ ୪ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସିତ ଅବସ୍ଥାରେ ଜୀବନ ହାରିଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣା ପଡିଛି ।