‘ହାଜତରେ ପ୍ରତିଦିନ ୫ଜଣଙ୍କ ଜୀବନ ଯାଉଛି, ୮ ବର୍ଷରେ ପ୍ରାଣ ହରାଇଛନ୍ତି ୧୩୭୧୦ ଜଣ’

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୯।୧୨: ପୋଲିସ ତଥା ବିଚାରବିଭାଗୀୟ ହାଜତରେ ପ୍ରତିଦିନ ପ୍ରାୟ ୫ ଜଣ ଲୋକ ପ୍ରାଣ ହରାଉଛନ୍ତି । ଜାତୀୟ ମାନବାଧିକାର ଆୟୋଗର ସଦ୍ୟତମ ରିପୋର୍ଟ ଅନୁସାରେ ଗତ ୮ ମାସ ମଧ୍ୟରେ ହାଜତରେ ୧୩,୭୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ନେଇ ଅଭିଯୋଗ କରାଯାଇଛି । ଏଥିରେ ଚଳିତ ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ପୋଲିସ ହାଜତରେ ୭୭ ତଥା ବିଚାର ବିଭାଗୀୟ ହାଜତରେ ୧୩୪୩ ମିଶାଇ ମୋଟ୍ ୧୪୦୭ ମୃତ୍ୟୁ ମାମଲା ସାମିଲ ରହିଛି ।

ସୂଚନା ପୋଲିସ ହାଜତରେ ନିର୍ଯାତନା ସାଧାରଣ କଥା । ଦୋଷୀଠାରୁ ଦୋଷ ସ୍ବୀକାର କାରାଇବା ତଥା ତଥ୍ୟ ପ୍ରମାଣ ଯୋଗାଡ କରିବା ପାଇଁ ଏଭଳି ହୋଇଥାଏ । କେବଳ ଏତିକି ନୁହେଁ ଜେଲ୍ ରେ ମଧ୍ୟ ପ୍ରଶାସନ ପାଇଁ ସମସ୍ୟାର କାରଣ ହେଉଥିବା କଏଦୀମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥାଏ । ଗତ ୧୦ ବର୍ଷ ମଧ୍ୟରେ ୧୪୬୪ ମୃତ୍ୟୁ ମାମଲା ପୋଲିସ ହାଜତରେ ହୋଇଛି । ଏମାନେ ମାଜିଷ୍ଟ୍ରେଟଙ୍କ ଦ୍ବାରା ରିମାଣ୍ଡ ଦିଆଯିବା ପରେ ସେମାନଙ୍କୁ କେବଳ ୨୪ ଘଣ୍ଟା ପାଇଁ ହାଜତରେ ରଖାଯାଇଥାଏ ।

ମାନବାଧିକାର ଆୟୋଗର ନିର୍ଦ୍ଦେଶ ଅନୁସାରେ ହାଜତରେ ହେଉଥିବା ମୃତ୍ୟୁର ସୂଚନା ଘଟଣାର ୨୪ ଘଣ୍ଟା ମଧ୍ୟରେ ଦେବାକୁ ହୋଇଥାଏ । ଯଦି ଏହା କରାନଯାଏ ତେବେ ଏହି ମାମଲାକୁ ଚପାଇବାକୁ ପ୍ରୟାସ କରାଯାଉଛି ବୋଲି ଧରାଯାଏ । କେବଳ ଏତିକି ନୁହେଁ ଏହି ମାମଲାରେ ଏଫଆଇଆର ତଥା ଘଟଣାର ୨ ମାସ ମଧ୍ୟରେ ମାମଲାକୁ ମାଜିଷ୍ଟ୍ରେଟ୍ ଙ୍କ ଦ୍ବାରା ଯାଞ୍ଚ କରାଇବା ଜରୁରୀ ହୋଇଥାଏ । ଏମିତି ମାମଲାରେ ନିୟମର ପାଳନ କମ୍ ହୋଇଥାଏ । କେବଳ ଏତିକି ନୁହେଁ ମାନବାଧିକାର ଆୟୋଗ ନିକଟରେ ଏମିତି ମାମଲା ପହଞ୍ଚିନଥାଏ ଯେଉଁଠି ପୋଲିସ ହାଜତ ବାହାରେ ମୃତ୍ୟୁ ହୋଇଥାଏ ।

ମାନବାଧିକାର ଆୟୋଗ ତଥା ଜେଲର ବାର୍ଷିକ ତଥ୍ୟ ଜାରି କରୁଥିବା ଗୃହ ମନ୍ତ୍ରାଳୟର ଏଜେନ୍ସୀ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି)ର ତଥ୍ୟରେ ଅନେକ ପାର୍ଥକ୍ୟ ରହିଛି । ଏନସିଆରବିର ତଥ୍ୟ ଅନୁସାରେ ୨୦୧୯ରେ ପୋଲିସ ହାଜତରେ ୮୫ ତଥା ୨୦୧୮ରେ ୭୦ ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର ମାନବାଧିକାର ଆୟୋଗ ନିକଟରେ ୨୦୧୯ରେ ୧୨୫ ତଥା ୨୦୧୮ରେ ୧୩୦ରୁ ଅଧିକ ଅଭିଯୋଗ ଦାଖଲ ହୋଇଛି ।

ବିଚାର ବିଭାଗୀୟ ହାଜତରେ ମୃତ୍ୟୁ ସଂଖ୍ୟା ହାଜତରେ ହେଉଥିବା ମୃତ୍ୟୁ ସଂଖ୍ୟା ତୁଳନାରେ ବହୁତ ଅଧିକ ରହିଛି ମାତ୍ର ସୂଚନାଦାତାଙ୍କ ଅନୁସାରେ ବିଚାର ବିଭାଗୀୟ ହାଜତରେ ସମସ୍ତ ମୃତ୍ୟୁ ନିର୍ଯାତନା ଏବଂ ମାରପିଟ ଦ୍ବାରା ହୋଇନଥାଏ । ରୋଗ ଏବଂ ଚିକିତ୍ସାରେ ଅବହେଳା ମଧ୍ୟ ଏହାର କାରଣ ହୋଇଥାଏ । ଏହା ବ୍ୟତୀତ ଜେଲ୍ ରେ ଯଥେଷ୍ଟ ଅଧିକ ଲୋକଙ୍କୁ ରଖିବା କାରଣରୁ ସମସ୍ୟା ଉପୁଜିଥାଏ । ଏନସିଆରପିର ରିପୋର୍ଟ ଅନୁସାରେ ଜେଲ୍ ରେ କ୍ଷମତା ତୁଳନାରେ ୧୧୮ ପ୍ରତିଶତ ଅଧିକ କଏଦୀଙ୍କୁ ରଖାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.