ପାକିସ୍ତାନରେ ଭୟାବହ ବୋମା ବିସ୍ଫୋରଣ : ୫ମୃତ,୧୦ରୁ ଅଧିକ ଗୁରୁତର
10/08/2020 at 3:45 PM

ଇସଲାମାବାଦ ୧୦/୮: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ସହର ଚମନରେ ଜୋରସୋରରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଅତି କମରେ ୫ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ୧୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାନ୍ ନ୍ୟୁଜ୍ ଏବିଷୟରେ ସୂଚନା ଦେଇଛି।
ପୋଲିସର କହିବା ଅନୁସାରେ,ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ମଟର ସାଇକେଲରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଯୋଗୁଁ ଆଖପାଖର ଦୋକାନ ଏବଂ ଘରର ଝରକାର କାଚ ଭାଙ୍ଗି ଚୁରମାର ହୋଇ ଯାଇଛି। ଉଦ୍ଧାରକାରୀ ଦଳ,ପୋଲିସ୍ ଏବଂ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରି ଦେଇଛନ୍ତି। ବର୍ତ୍ତମାନ କେହି ବ୍ୟକ୍ତି କିମ୍ବା ଗୋଷ୍ଠୀ ଏବେ ସୁଦ୍ଧା ବିସ୍ଫୋରଣର ଜିମା ନେଇ ନାହାନ୍ତି।
ଏହା ପୂର୍ବରୁ ଜୁଲାଇରେ ଉତ୍ତର ପଶ୍ଚିମ ପାକିସ୍ତାନର ଏକ ଜନଗହଳିପୂର୍ଣ୍ଣ ବଜାରରେ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଅତି କମରେ ୨୦ଜଣୀ ଗୁରୁତର ହୋଇଥିଲେ।