ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ : ଡଙ୍ଗା ବୁଡି ୫ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | October 27, 2020 IST

ମୁରସିଦାବାଦ ୨୭।୧୦: ପଶ୍ଚିମବଙ୍ଗ ମୁରସିଦାବାଦରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଏକ ଜଳାଶୟରେ ଦେଶୀ ଡଙ୍ଗା ବୁଡିଯାଇ ୫ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ୫ ଜଣଙ୍କ ମୃତଦହେ ଜଳାଶୟରୁ ଉଦ୍ଧାର କରାଯାଇଛି ।

ସମସ୍ତ ମୃତକଙ୍କ ଘର ବେଲଦାଙ୍ଗାରେ ବୋଲି ଜଣାପଡିଛି । ଡଙ୍ଗା ବୁଡିବା ପରେ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା । ତେବେ ସମସ୍ତଙ୍କ ମୃତଦେହ ମିଳିସାରିଛି । ସୋମବାର ସନ୍ଧ୍ୟା ୫ଟା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା ।

ସୂଚନା ଅନୁସାରେ, ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ଡଙ୍ଗାରେ ପ୍ରାୟ ୧୦ ଜଣ ଲୋକ ଯାଉଥିଲେ । ସେହି ସମୟରେ କୌଣସି କାରଣ ବଶତଃ ଡଙ୍ଗାଟି ବୁଡି ଯାଇଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.