Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

୮୦୦ ଫୁଟ ଗଭୀର ଖାଇରେ ଖସିଲା ଇନୋଭା : ୫ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

5/06/2021 at 2:14 PM

ଜାମ୍ମୁ ୫।୬: ଜମ୍ମୁ ରାମବଣରେ ଶନିବାର ଦିନ ଏକ ବଡ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପ୍ରାୟ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ପୋଲିସ ଏବଂ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଡିଗଡୋଲା ନିକଟରେ ଏକ ଇନୋଭା କାର୍ ଭାରସାମ୍ୟ ହରାଇ ୮ଶହ ଫୁଟ ଗଭୀର ଖାଇ ଭିତରକୁ ଖସିପଡିଥିଲା । ଏହି ଗାଡିରେ ପ୍ରାୟ ୬ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଗାଡିର ନମ୍ବର ହେଉଛି ଜେକେ୦୨ବିଏ ୧୭୦୭ । କାରଟି ଖାଇରେ ପଡିଯାଇଥିବା ଜଣାପଡିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଜାରି ରଖିଛି । ଏପର୍ଯ୍ୟନ୍ତ ୩ଟି ମୃତଦେହ ଉଦ୍ଧାର କରାଯାଇଛି । କୁଲଦୀପ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କ ମୃତଦେହ ଖୋଜା ଚାଲିଛି । ଉଦ୍ଧାର ହୋଇଥିବା ୩ ମୃତକ ହେଲେ ଜାମ୍ମୁ ତଲାବ ତିଲୋର ଗାରୁ ରାମ, ଶ୍ରୀନଗରର ବନିତ କୌର, କାଙ୍ଗରାର ଶଗୁନ କୁମାର ବୋଲି ଜଣାପଡିଛି । ଅନ୍ୟ ଦୁଇଟି ମୃତଦେହ ଚିହ୍ନଟ ହୋଇପାରିନାହିଁ ।

   Related Posts