Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

୨୦୨୦ମସିହାର ୫ଟି ଅଶୁଭ ରାଶି : ଜାଣନ୍ତୁ ସଙ୍କଟରୁ ବର୍ତ୍ତିବାର ଉପାୟ

22/12/2019 at 4:05 PM

 ୨୦୨୦ମସିହା ଅନେକ ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ପରିଣାମ ନେଇ ଆସିପାରେ। ଆସନ୍ତା ବର୍ଷ ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ମନେ କରାଯାଉନାହିଁ। ବୃଷ,ମିଥୁନ,ତୁଳା,କୁମ୍ଭ ଏବଂ ମୀନ ରାଶିର ବ୍ୟକ୍ତିଙ୍କୁ ସାବଧାନ ରହିବାର ଆବଶ୍ୟତା ରହିଛି। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ

୧. ମେଷ ରାଶି : ୨୦୨୦ମସିହାରେ ଏହି ରାଶିରେ କୌଣସି ଖାସ୍ ସମସ୍ୟା ଦେଖାଯାଏ ନାହିଁ। ତଥାପି ବ୍ୟବସାୟରେ ପ୍ରବେଶ କରିପାରନ୍ତି। ଏହା ସହିତ ହାଡ଼ ସମସ୍ୟାରୁ ମୁକୁଳିବାର ଉପାୟ କରନ୍ତୁ। ଭଗବାନ ଶିବଙ୍କୁ ପ୍ରତି ଶୁକ୍ରବାର ଧଳା ବସ୍ତୁ ଦାନ କରନ୍ତୁ।

୨.ବୃଷ ରାଶି : ସ୍ବାସ୍ଥ୍ୟ ଏବଂ ସମ୍ପର୍କ ମାମଲାରେ ସମସ୍ୟା ଉପୁଜିପାରେ। ନିଜ ମାନସିକ ସ୍ଥିତିର ବିଶେଷ ଧ୍ୟାନ ରଖନ୍ତୁ। ଜୀବନସାଥୀଙ୍କ ସହ ଭଲ ସମ୍ପର୍କ ରଖନ୍ତୁ। ଆର୍ଥିକ ସମସ୍ୟା ସୃଷ୍ଟି ହୋଇପାରେ। ପ୍ରତି ମଙ୍ଗଳବାର ହନୁମାନଙ୍କ ଦର୍ଶନ କରି ମହୁ ଅର୍ପଣ କରନ୍ତୁ।

୩.ମିଥୁନ ରାଶି : ପାରିବାରିକ ମାମଲାରେ ଅଶାନ୍ତି ଦେଖା ଦେଇପାରେ। ଛୋଟ ମୋଟ ଆଘାତ ସୃଷ୍ଟି ହୋଇପାରେ। ତରତର ହୋଇ ନେଇଥିବା ନିଷ୍ପତି ନେଇଥିଲେ ଅସୁବିଧା ହୋଇପାରେ। ଚାକିରୀ କ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ପାରନ୍ତି। ପ୍ରତି ଗୁରୁବାର କେସରରେ ଗଙ୍ଗାଜଳ ମିଶାଇ ତିଳକ ଲଗାଇବା ସହ ଶିବ ଚାଳିଶା ପାଠ କରନ୍ତୁ।

୪. କର୍କଟ ରାଶି :  କର୍କଟ ରାଶିର ବ୍ୟକ୍ତିଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ। ପ୍ରତି ଶନିବାର ଓସ୍ତ ଗଛ ତଳେ ସୋରିଷ ତେଲର ଦୀପ ଜାଳନ୍ତୁ।

୫. ସିଂହ ରାଶି : ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଏବର୍ଷ ଭଲରେ କଟିବ। ଏବର୍ଷ ସମସ୍ୟା ରହିତ ହେବ। ଛୋଟ ମୋଟ ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ବାଦ ବିବାଦରୁ ଦୂରେଇ ରୁହନ୍ତୁ। ପ୍ରତି ଶନିବାର ନୀଳ ରଙ୍ଗ ଧାରଣ କରିବା ଉଚିତ୍।

୬.କନ୍ୟା ରାଶି : କନ୍ୟା ରାଶିର ବ୍ୟକ୍ତିଙ୍କର ଏବର୍ଷ ଭଲରେ କଟିବ।

୭ . ତୁଳା ରାଶି : ମାନସିକ ସମସ୍ୟାର ଯୋଗ ରହିଛି। ଗାଡ଼ି ଚଲାଇବାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ନିଷ୍ପତ୍ତି ନେବାବେଳେ ବୁଝି ବିଚାରି ନିଅନ୍ତୁ। ପ୍ରତି ମଙ୍ଗଳବାର ହନୁମାନଙ୍କୁ ଲାଲ ରଙ୍ଗର ଫୁଲ ଚଢ଼ାନ୍ତୁ।

୮. ବିଛା ରାଶି : ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୦ମସିହା ଶୁଭ ଖବର ନେଇ ଆସିପାରେ। ଏବର୍ଷ ସବୁ ସମସ୍ୟାର ଅନ୍ତ ଘଟିବ। କ୍ୟାରିୟର ମାମଲାରେ ଧ୍ୟାନ ଦେବାକୁ ପଡ଼ିବ। ନିକଟ ସମ୍ପର୍କୀୟ ଲୋକେ ଆପଣଙ୍କୁ ଠକିପାରନ୍ତି। ଏଥିପାଇଁ ସତର୍କ ରୁହନ୍ତୁ। ପ୍ରତି ଶୁକ୍ରବାର ଭଗବାନ ଶିବଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ ଏବଂ ଛୋଟ ପିଲାଙ୍କୁ ଧଳା ମିଠା ବାଣ୍ଟନ୍ତୁ।

୯.ଧନୁ ରାଶି : ଏବର୍ଷ ସ୍ଥାନ ପରିବର୍ତ୍ତନକୁ ନେଇ ସମସ୍ୟା ଉପୁଜିପାରେ। ପରିବାରଠୁ ଦୂରେଇ ରହିପାରନ୍ତି। ମଧୁମେହ ରୋଗୀ ସତର୍କତା ଅବଲମ୍ବନ କରନ୍ତୁ। ଘରେ ଏବଂ ପରିବାରରେ ଆର୍ଥିକ ସମସ୍ୟା ଉପୁଜିପାରେ। ପ୍ରତି ବୁଧବାର ଭଗବାନ କୃଷ୍ଣଙ୍କୁ ତୁଳସୀ ଦଳ ଅର୍ପଣ କରନ୍ତୁ ଏବଂ ଓଁ ମନ୍ତ୍ର ୨୭ଥର ଜପ କରନ୍ତୁ।

୧୦. ମକର ରାଶି : ମକର ରାଶିର ବ୍ୟକ୍ତିମାନେ କ୍ୟାରିୟରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅତ୍ୟଧିକ ଆତ୍ମବିଶ୍ବାସ ଯୋଗୁଁ ସମସ୍ୟାରେ ପଡ଼ିପାରନ୍ତି। ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ସମ୍ପତ୍ତି ବିନିଯୋଗ କଲେ କ୍ଷତିଗ୍ରସ୍ତ ହୋଇପାରେ। ପ୍ରତି ସୋମବାର ଶିବଙ୍କୁ ଜଳ ଏବଂ ମହୁ ଅର୍ପଣ କରିବା ଶୁଭ ହେବ ଏବଂ ଥରେ ଶିବାଷ୍ଟକ ପାଠ କରନ୍ତୁ।

୧୧. କୁମ୍ଭ ରାଶି : କୁମ୍ଭ ରାଶିର ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। କରଜ ନିଅନ୍ତୁ ନାହିଁ। ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ପ୍ରତି ସୋମବାର ସୂର୍ଯ୍ୟ ଦେବତାଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ ଏବଂ ପ୍ରତି ଦିନ ସୂର୍ଯ୍ୟାଷ୍ଟକ ପାଠ କରନ୍ତୁ।

୧୨. ମୀନ ରାଶି : ବ୍ୟବସାୟିକ ନିଷ୍ପତ୍ତି ନେବାବେଳେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରେମ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇପାରେ। ଆର୍ଥିକ ଅବସ୍ଥା ସୁଧୁରିବ ନାହିଁ।

   Related Posts