ସଲମାନ ଖାନଙ୍କ ଦ୍ବାରା କରାଯାଇଥିବା ୫ଟି ସବୁଠୁ ଭଲ କାମ…ଜାଣିଲେ ଆପଣ ବି ହେବେ ଗର୍ବିତ

Published By : Prameya-News7 Bureau | October 15, 2019 IST

ମୁମ୍ବାଇ୧୪|୧୦: ବଲିଉଡର କିଛି କଳାକାର ଅଛନ୍ତି ଯିଏ ନିଜ ଆୟ ଗରିବ ଲୋକଙ୍କ ମଧ୍ୟ ବାଣ୍ଟନ୍ତି। କେବଳ ସେତିକି ନୁହେଁ ରୋଜଗାର କରୁଥିବା ଟଙ୍କା ସେମାନେ ଚ୍ୟାରିଟିରେ ଦିଅନ୍ତି। ବଲିଉଡ ଦବଙ୍ଗ ଖାନ ସଲମାନ ମଧ୍ୟ ଏହି ଅଭିନେତାଙ୍କ ମଧ୍ୟରୁ ଜଣେ ଯିଏ ଆୟ କରୁଥିବା ଟଙ୍କାରୁ ଏକ ବଡ ଭାଗ ଲୋକଙ୍କୁ ସାହାଯ୍ୟ କରିବାରେ ଲଗାନ୍ତି। ଲୋକଙ୍କ ସହାୟତା ପାଇଁ ସଲମାନ ବହୁତ କିଛି କରିଛନ୍ତି।

{"id":170231}

ବିଙ୍ଗ ହ୍ୟୁମାନ- ମୁମ୍ବାଇର ଏକ ସମାଜ କଲ୍ୟାଣ ସଂସ୍ଥା ହେଉଛି ବିଙ୍ଗ ହ୍ୟୁମାନ। ଏହି ସଂସ୍ଥାର ସ୍ଥାପନ ୨୦୦୭ ମସିହାରେ ସଲମାନ ଖାନ କରିଥିଲେ। ଏହି ସଂସ୍ଥା ଭାରତରେ ଗରିବ ଲୋକଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିଥାଏ । ଏହି ସଂସ୍ଥାକୁ ସଲମାନ ବର୍ଷରେ ୧୦ ରୁ ୨୦ କୋଟି ଦାନ କରନ୍ତି।

{"id":170234,"width":580,"height":436}

ଗୋବିନ୍ଦା - ସଫଳ ଓ ପପୁଲାର ଅଭିନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗୋବିନ୍ଦା।ତେବେ ୯୦ ଦଶକ ପରବର୍ତ୍ତୀ ସମୟରେ ଗୋବିନ୍ଦା ଧୀରେ ଧୀରେ ଫ୍ଲପ୍‌ ହୋଇଯାଇଥିଲେ। ତାଙ୍କ କ୍ୟାରିଅର ନଷ୍ଟ ହେବା ପୂର୍ବରୁ ବହୁତ ଦିନ ପରେ ୨୦୦୭ ମସିହାରେ ଫିଲ୍ମ ପାର୍ଟନରରେ ଗୋବିନ୍ଦାଙ୍କୁ ପରଦାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ପାଇଁ ସଲମାନ ଗୋବିନ୍ଦାଙ୍କୁ ବାଛିଥିଲେ। କାରଣ ଥିଲା ଗୋବିନ୍ଦାଙ୍କୁ ସାହାର୍ୟ୍ୟ କରିବା

{"id":170235,"width":590,"height":544}

କେରଳ ବନ୍ୟା - ସଲମାନ ଖାନ କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କ ଲାଗି ୧୨ କୋଟି ଟଙ୍କା ସାହାର୍ଯ୍ୟ କରିଥିଲେ । ହେଲେ ନିଜ ନାଁ ସାମ୍ନାକୁ ଆସିବାକୁ ଦେଇନଥିଲେ। ଡୋନେସନ ପରେ ମଧ୍ୟ ସେ ଅନେକ ଲୋକଙ୍କୁ ଆର୍ଥିକ ସାହାର୍ଯ୍ୟ କରିଥିଲେ । ଅନ୍ୟ ବହୁ କଳାକାର ସେହି ସମୟରେ କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କୁ  ସାହାଯ୍ୟ କରିଥିଲେ ସତ ହେଲେ ସଲମାନ ସାହାଯ୍ୟ କରିବାରେ ପ୍ରଥମ ବ୍ୟକ୍ତି ଥିଲେ ।

{"id":170237}

ନୂଆ କଳାକାରଙ୍କୁ ସୁଯୋଗ- ସଲମାନ ଖାନ ବଲିଉଡରେ ଅନେକ ନୂଆ କଳାକାରଙ୍କୁ ଲଂଚ କରିଛନ୍ତି। ସ୍ନେହା ଉଲ୍ଲାଲ, କ୍ୟାଟ୍ରିନା କୈଫ, ଜରିନ ଖାନ, ଡେଜି ଶାହ ଆଦି କଳାକାରଙ୍କୁ ସେ ପରଦାରେ ଅଭିନୟ କରିବାକୁ ସୁଯୋଗ ଦେିଥିଲେ। ଡେଜି ଶାହଙ୍କ ବାପା ଜଣେ ଟେକ୍ସି ଡ୍ରାଇଭର।

୫.୮୦ କୋଟି ଚ୍ୟାରିଟି- ସଲମାନ ନିଜ ରୋଜଗାରର ୧୦ ପ୍ରତିଶତ ନିଜ ପାଖରେ ରଖନ୍ତି ଓ ବାକି ଟଙ୍କା ସେ ଚ୍ୟାରିଟିରେ ଦିଅନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.