Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମୁକ୍ତିଲାଭ ଅପେକ୍ଷାରେ ଥିବା ଏହି ୫ଟି ଭାରତୀୟ ଫିଲ୍ମରେ ଖର୍ଚ୍ଚ ହୋଇଛି ସବୁଠୁ ଅଧିକ ଟଙ୍କା, ନମ୍ବର ୩ର ବଜେଟ ୧୦୦୦ କୋଟି

27/09/2019 at 3:55 PM

ମୁମ୍ବାଇ୨୭|୯: ଭାରତରେ କୌଣସି ଫିଲ୍ମ ରିଲିଜ ହେବା ପୂର୍ବରୁ ସିନେମାର କ୍ରେଜ୍‌ ଲୋକଙ୍କ ମଧ୍ୟରେ ବହୁମାତ୍ରାରେ ଦେଖିବାକୁ ମିଳେ। ତେବେଆଗାମୀ ଦିନରେ ମୁକ୍ତିଲାଭ କରିବାକୁ ଥିବା ୫ଟି ଫିଲ୍ମ ହାଇଫାଏ ବଜେଟ୍‌ରେ ନିର୍ମିତ ହୋଇଛି। ଜାଣନ୍ତୁ-

୧- ସାଇରା ନରସିମ୍‌ହା

ଅକ୍ଟୋବର ମାସ ୨ ତାରିଖରେ ମୁକ୍ତିଲାଭ ହେବ ଫିଲ୍ମ ସାଇରା। ଫିଲ୍ମରେ ସାଉଥ ସୁପରଷ୍ଟାର ଚିରଞ୍ଜିବୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଚିରଞ୍ଜିବୀଙ୍କ କ୍ୟାରିଅରରେ ନା କେବଳ ଏହା ସବୁଠୁ ଦାମୀ ଫିଲ୍ମ ବରଂ ତାଙ୍କର ଏହା ଏମିତି ଏକ ଫିଲ୍ମ ଯାହା ୫ଟି ଅଲଗା ଅଲଗା ଭାଷାରେ ରିଲିଜ ହେବ। ଏହି ଫିଲ୍ମ ୨୭୦ କୋଟି ଟଙ୍କାରେ ନିର୍ମିତ ହୋଇଛି।

ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ଉୟଲୱାଡା ନରସିମ୍‌ହା ରେଡ୍ଡିଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ଚିରଞ୍ଜିବୀଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ସୁଦୀପ, ବିଜୟ ସେତୁପତି, ତମନ୍ନା ଭାଟିୟା, ନୟନତାରା ଓ ଜଗତପତି ବାବୁ ସମେତ ଅନ୍ୟ କଳାକାର ମଧ୍ୟ ନଜର ଆସିବେ।   

୨-ମହାବୀର କର୍ଣ୍ଣ

ତାମିଲର ପରିଚିତ ଷ୍ଟାର ବିକ୍ରମଙ୍କ ଜୀବନର ଏହା ସବୁଠୁ ବଡ ଫିଲ୍ମ। ଫିଲ୍ମରେ ଅଭିନେତା ବିକ୍ରମ ମହାଭାରତର କର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ମହାଭାରତ ବିଷୟରେ ଦେଖାଯାଇଛି। ଫିଲ୍ମରେ ପାଖାପାଖି ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଫିଲ୍ମଟି ଏକା ସହ ହିନ୍ଦି, ତାମିଲ, ମଲାୟଲମ୍‌ ଭାଷାରେ କରାଯାଉଛି। ହେଲେ ଏହି ୩ଟି ଭାଷା ବ୍ୟତୀତ ଅନ୍ୟ ଭାଷାରେ ମଧ୍ୟ ଫିଲ୍ମ ରିଲିଜ ହେବ।

୩- ମହାଭାରତ

ଗତ ବର୍ଷ ସାଉଥ ସୁପରଷ୍ଟାର ମୋହନଲାଲ ଭାରତୀୟ ସିନେମାର ସବୁଠୁ ବଡ ଫିଲ୍ମର ଘୋଷଣା କରିଥିଲେ। ମୋହନଲାଲ ୧୦୦୦ କୋଟି ବଜେଟ୍‌ରେ ମହାଭାରତ ଉପରେ ଆଧାରିତ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଫିଲ୍ମରେ ମୋହନଲାଲ ଭୀମ ଭୂମିକାରେ ଅଭିନୟ କରିବେ। ଏହି ବିଗ ବଜେଟ୍‌ରେ ଅନେକ ସାଉଥ କଳାକାର ମଧ୍ୟ ନଜର ଆସିବେ।  

୪- ଟ୍ରିପଲ ଆର

ରାଜମୌଳୀଙ୍କର ଏହି ଫିଲ୍ମ ୪୫୦ କୋଟି ଟଙ୍କାରେ ତିଆରି ହେବ। ଫିଲ୍ମରେ ସାଉଥର ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଓ ରାମ ଚରଣ ମୁଖ୍ୟଭୂମିକାରେ ଅଭିନୟ କରିବେ। ଉଭୟଙ୍କ ବ୍ୟତୀତ ଫିଲ୍ମରେ ବଲିଉଡ ଅଭିନେତା ଅଜୟ ଦେବଗନ ଓ ଅଭିନେତ୍ରୀ ଆଲିୟା ଭଟ୍ଟ ନଜର ଆସିବେ। ଭାରତୀୟ ସ୍ବତନ୍ତ୍ରତା ସେନା ସୀତାରାମ ରାଜୁ ଓ କୋମରମ୍‌ ଭୀମଙ୍କ ଉପରେ ଏହି ଆଧାରିତ ହୋଇଛି ଯେଉଁମାନେ ହାଇଦ୍ରାବାଦରେ ବ୍ରିଟିସ ରାଜଙ୍କ ବିରୋଧରେ ଲଢିଥିଲେ।

୫- ରାମାୟଣ

ରାମାୟଣ ଫିଲ୍ମ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି। ନିତେଶ ତିୱାରୀ ୬୦୦ କୋଟି ବଜେଟରେ ନିର୍ମିତ ହେଉଥିବା ଫିଲ୍ମ ରାମାୟଣ ବିଷୟରେ ଘୋଷଣା କରିଛନ୍ତି। ଏହି ଫିଲ୍ମ ଏକା ସହ ୩ଟି ଭାଷାରେ ନିର୍ମିତ ହେବ। ରାମାୟଣରେ ରାବଣ ଭୂମିକାରେ ଅଭିନେତା ପ୍ରଭାସ ଅଭିନୟ କରିବେ। ଶ୍ରୀରାମଙ୍କ ଭୂମିକାରେ ବଲିଉଡର ହ୍ୟାଣ୍ଡସମ ଅଭିନେତା ହ୍ରିତିକ ରୋଶନ ଅଭିନୟ କରିବେ। ଅପରପକ୍ଷରେ ସୀତା ଭୂମିକାରେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର ଅଭିନୟ କରିବେ।ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ କରାଯାଉଛି। ସବୁକିଛି ଠିକ୍‌ ରହିଲେ ଆସନ୍ତା ବର୍ଷ ଫିଲ୍ମର ଶୁଟିଂ ଆରମ୍ଭ କରାଯିବ।

   Related Posts