Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଟକରେ କାୟା ମେଲାଉଛି କରୋନା, ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରୁ ଆଉ ୫ ପଜିଟିଭ୍ ଚିହ୍ନଟ

3/07/2020 at 9:23 PM

କଟକ, ୦୩|୦୭ : କଟକରେ କାୟା ମେଲାଇବାରେ ଲାଗିଛି କରୋନା ଭାଇରସ । ଶୁକ୍ରବାର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏଠାରୁ ମୋଟ୍ ୭୬ ପଜିଟିଭ୍ ଚିହ୍ନଟ ହେଲେଣି ।

ସେହିପରି କଟକ ଚାଉଳିଆଗଞ୍ଜରେ ଥିବା ଏକ ନର୍ସିଂହୋମରୁ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ,ଗୁରୁବାର ଆଚାର୍ଯ୍ୟ ହରିହର କ୍ୟାନସର୍ ହସ୍ପିଟାଲରେ ଆଉ ୫୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ମଧ୍ୟରେ ୧୮ଜଣ ହେଉଛନ୍ତି ରୋଗୀ ଓ ୩୬ ଜଣ ତାଙ୍କ ସମ୍ପର୍କୀୟ ।ଏହାସହ ଜଣେ ନର୍ସ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସେହପରି ଗୁରୁବାର ଏସସିବିରୁ ମଧ୍ୟ ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

   Related Posts