Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

କରୋନା ନେଲା ଆଉ ୫ ମୁଣ୍ଡ, ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି

19/07/2020 at 11:02 AM

ଭୁବନେଶ୍ୱର, ୧୯।୦୭:   ଓଡିଶାରେ ରବିବାର ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୧ କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟ୍ ସୂଚନା ଦିଆଯାଇଛି।

୫ଜଣ ମୃତକ ମଧ୍ୟରୁ ଗଞ୍ଜାମରୁ ୩ ଜଣ ହୋଇଥିବା ବେଳେ ଜଗତସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ଗଞ୍ଜାମ ଜିଲ୍ଲାର ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ମହିଳା ରହିଛନ୍ତି । ଏହାସହ ଜଣେ ୪୪ ବର୍ଷର ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି । ସେ ମଧୁମେହରେ ଆକ୍ରାନ୍ତ ଥିଲେ । ସେହିପରି ୩୯ ବର୍ଷୀୟ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି  । ସେ ମଧ୍ୟ ମଧୂମେହରେ ଶିକାର ଥିଲେ ।

ଏତତ୍ ବ୍ୟତୀତ ଜଗତସିଂପୁରର ଜଣେ ୬୭ ବର୍ଷୀୟ ବୃଦ୍ଧି ଯିଏକି ମଧୁମେହରେ ପୀଡିତ ଥିଲେ ଓ ସୁନ୍ଦରଗଡର ଜଣେ ୬୫ ବର୍ଷର ମହିଳା ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି ।

   Related Posts