ପାଞ୍ଚ ମାସର ଗର୍ଭବତୀ ହୋଇ କମାଲ୍ କଲେ ମହିଳା ରନର୍ : ୬୨ ମିନିଟରେ ପୁରା କଲେ ୧୦ କିଲୋମିଟର ରେସ୍
23/12/2020 at 7:15 PM

ବେଙ୍ଗାଲୁରୁ ୨୩/୧୨ : ଟିସିଏସ ୱାର୍ଲଡ ୧୦କେ ବେଙ୍ଗାଲୁରୁ ୨୦୨୦ (tcs world 10k bengaluru) ର ପ୍ରେରଣାଦାୟକ କାହାଣୀ ମଧ୍ୟରେ ପାଞ୍ଚ ମାସର ଗର୍ଭବତୀ ମହିଳା ମାତ୍ରା ୬୨ ମିନିଟରେ ଦୌଡ ପୁରା କରିଛନ୍ତି। ୫ ମାସର ଗର୍ଭବତୀ ଥିବା ଅଙ୍କିତା ଗୌଡ଼ ରବିବାର ଦିନ ଟିସିଏସ୍ ୱାର୍ଲଡ ୧୦କେ ର ରନ୍ ପୁରା କରିଛନ୍ତି। ଗତ ୯ ବର୍ଷ ହେଲା ନିୟମିତ ଦୌଡୁଥିବା ଅଙ୍କିତା ଗୌଡ଼ କହିଛନ୍ତି ଯେ ଆକ୍ଟିଭିଟି ତାଙ୍କ ପାଇଁ ନିଶ୍ୱାସ ନେବା ସହ ସମାନ। ଟିସିଏସ ୱାର୍ଲଡ ୧୦କେ ବେଙ୍ଗାଲୁରୁ ପ୍ରତିବର୍ଷ ୧୦ କିଲୋମିଟର ରନିଙ୍ଗ୍ ପ୍ରତିଯୋଗିତା ଆୟୋଜନ କରିଥାଏ। ୨୦୦୮ ମସିହାରେ ପ୍ରଥମଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା।

ଅଙ୍କିତା କହିଛନ୍ତି ଯେ ସେ ଗତ ୯ ବର୍ଷ ହେଲା ଦୌଡୁଛନ୍ତି। ସେଥିପାଇଁ ଦୌଡିବା ମୋ ପାଇଁ ନିଶ୍ୱାସ ନେବା ସହ ସମାନ। ଏହା ମୋ ଭିତରେ ପ୍ରାକୃତିକ ଭାବେ ଅଛି।

ପେସାରେ ଅଙ୍କିତା ଜଣେ ଇଞ୍ଜିନିୟର। ସେ ୨୦୧୩ରୁ ଟିସିଏସ ୱାର୍ଲଡ ୧୦କେ ବେଙ୍ଗାଲୁରୁର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ସେ ୫-୬ଟି ଅନ୍ତରାଷ୍ଟ୍ରୀୟ ମାରାଥନରେ ବି ଅଂଶଗ୍ରହଣ କରିଛନ୍ତି। ବର୍ଲିନରେ ୩ଥର, ବଷ୍ଟନ ଓ ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିବା ମାରାଥନରେ ସାମିଲ ହୋଇଥିଲେ। ସେ ନିୟମିତ ୫ରୁ ୮ କିଲୋମିଟର ଦୌଡନ୍ତି।