ନିର୍ବାଚନ ପୂର୍ବରୁ ଦିଦିଙ୍କୁ ପୁଣି ବଡ ଝଟ୍‌କା : ଦଳ ଛାଡି ବିଜେପିରେ ସାମିଲହେଲେ ୫ ବିଧାୟକ, ଟିଏମସି ଟିକେଟ୍ ପାଇଥିବା ସରଳା ମୁର୍ମୁ ଧରିଲେ ପଦ୍ମ

Published By : Prameya-News7 Bureau | March 08, 2021 IST

କୋଲକାତା ୦୮/୦୩ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଛଟ୍‌କା ଲାଗିଛି । ପୁଣି ୫ ଜଣ ଟିଏମ୍‌ସି ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଟିଏମ୍‌ସି ଛାଡି ବିଜେପିରେ ସାମିଲ ହୋଇଥିବା ୫ ବିଧାୟକ ହେଲେ ସୋନାଲୀ ଗୁହା, ଦୀପେନ୍ଦୁ ବିଶ୍ବାସ, ରବିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ, ଜଟୁ ଲହିରୀ ଓ ଶୀତଲ ସରଦାର । ଏହା ସହିତ ହବୀବପୁର ବିଧାନସଭା କ୍ଷେତ୍ର ପାଇଁ ଟିଏମସି ପକ୍ଷରୁ ଟିକେଟ୍ ପାଇଥିବା ସରଳା ମୁର୍ମୁ ମଧ୍ୟ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।

{"id":419750,"width":583,"height":399,"sizeSlug":"large","linkDestination":"none"}

ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ, ଶୁଭେନ୍ଦୁ ଅଧିକାରୀ ଏବଂ ମୁକୁଳ ରାୟଙ୍କ ଉପସ୍ଥିତିରେ ଏମାନେ ସମସ୍ତେ ପିଜେପିରେ ସାମିଲ ହୋଇଛନ୍ତି । ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ରବିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ୨୦୦୧ ମସିହାରୁ ସିଂଗୁର ବିଧାନସଭା କ୍ଷେତ୍ରରୁ ଲାଗାତାର ଭାବେ ବିଧାୟକ ହୋଇଆସିଛନ୍ତି । ତୃଣମୂଳ କଂଗ୍ରେସରେ ତାଙ୍କର ଦବଦବା ମଧ୍ୟ ରହିଥିଲା । କିନ୍ତୁ ଚଳିତ ଥର ଦଳ ତାଙ୍କୁ ଟିକେଟ୍‌ ଦେଇନଥିଲା ।  

ନିର୍ବାଚନକୁ ମାତ୍ର କେଇଟା ଦିନ ବାକିଥିବା ବେଳେ ନେତାଙ୍କ ଦଳ ଡିଆଁ ପ୍ରକ୍ରିୟା ଟିଏମସି ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ମଧ୍ୟ ଅନେକ ଟିଏମସି ହେଭିଓ୍ବେଟ୍ ଦଳ ଛାଡି ଗେରୁଆ କ୍ୟାମ୍ପରେ ସାମିଲ ହୋଇସାରିଛନ୍ତି । ଏବେ ଟିକେଟ ପାଇନଥିବା ଅସନ୍ତୁଷ୍ଟ ବିଧାୟକମାନେ ମଧ୍ୟ ଦଳଛାଡୁଛନ୍ତି ।

{"id":419751,"sizeSlug":"large","linkDestination":"none"}

ସାଧାରଣ ନିର୍ବାଚନ ପାଇଁ ୨୯୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି ଟିଏମସି । ଯେଉଁଥିରେ ୫୦ ଜଣ ମହିଳାଙ୍କୁ ଟିକେଟ୍ ଦିଆଯାଇଛି । ୨୦୧୬ ନିର୍ବାଚନରେ ଦଳ ୪୫ ଜଣ ମହିଳାଙ୍କୁ ଟିକେଟ ଦେଇଥିଲା । ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ୫ ବିଧାୟକଙ୍କୁ ଚଳିତ ଥର ଟିକେଟ ଦିଆଯାଇନାହିଁ । ମମତାଙ୍କ ଖାସ କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀ ଦଳ ଛାଡି ବିଜେପିରେ ଯୋଗଦେବା ପରେ ଟିଏମସିର ଜଣେ ପରେ ଜଣେ ବିଧାୟକ, ମନ୍ତ୍ରୀ, ପୂର୍ବତନ ସାଂସଦ ଏବଂ ବରିଷ୍ଠ ନେତା ବିଜେପିରେ ସାମିଲ ହେଉଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.