Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ସହି ହେଲାନି ଋଣ ଭାର, ଲୋନ୍ ସୁଝି ନପାରି ବିଷ ପିଇଦେଲା ପୁରା ପରିବାର, ୩ଜଣଙ୍କ ମୃତ୍ୟୁ

5/03/2021 at 12:50 PM

ବଡୋଦରା,୦୫/୦୩: ଅସହ୍ୟ ହେଲା ଋଣ ବୋଝ । ଚାପରେ ଥିଲା ପୁରା ପରିବାର । ଶେଷରେ ଋଣ ସୁଝି ନପାରି ବିଷ ପିଇ ଜୀବନ ହାରିବାକୁ ନେଲେ ଚରମ ନିଷ୍ପତ୍ତି । ବିଷ ପିଇଦେଲେ ସମସ୍ତ ସଦସ୍ୟ । ତେବେ ୩ଜଣ ବିଷ ପିଇ ପ୍ରାଣ ହରାଇଥିବା ବେଳେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନାନୁସାରେ, ଗୁଜରାଟ ବଡୋଦରାରେ ଗୋଟିଏ ପରିବାର ୬ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବେପାରରେ କ୍ଷତି ସହିବାରୁ ଋଣ ସୁଝି ନ ପାରି ସେମାନେ କୀଟନାଶକ ମିଶା କୋଲ୍ଡଡ୍ରିଙ୍କସ୍‌ ପିଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ୬୮ ବର୍ଷୀୟ ନରେନ୍ଦ୍ର ସୋନି, ତାଙ୍କ ପତ୍ନୀ, ଝିଅ, ପୁଅ, ବୋହୂ, ନାତି ବିଷାକ୍ତ କୋଲ୍ଡଡ୍ରିଙ୍କସ୍‌ ପିଇଥିଲେ ।

ନରେନ୍ଦ୍ରଙ୍କ ସମେତ ତାଙ୍କ ଝିଅ ଓ ନାତିଙ୍କର ମୃତ୍ୟୁ ହୋଇଥିବା ବେଳେ ପତ୍ନୀ, ପୁଅ ଓ ବୋହୂଙ୍କର ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ନରେନ୍ଦ୍ର ଇମିଟେସନ ଗହଣା ବିକ୍ରି କରି ପରିବାର ଚଳାଉଥିଲେ । କିନ୍ତୁ ଲକ୍‌ଡାଉନ ସମୟରେ ତାଙ୍କର ବ୍ୟବସାୟରେ କ୍ଷତି ହୋଇଥିଲା । ଫଳରେ ସେ ନିଜର ଘର ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ ।

ପରେ ସେ ନିଜ ପତ୍ନୀ ଓ ବୋହୂଙ୍କର ଗହଣା ବିକିବା ସହ ଝିଅର ସାଇକେଲ ମଧ୍ୟ ବିକିଥିଲେ । ସେ ପଡ଼ୋଶୀମାନଙ୍କଠାରୁ ମଧ୍ୟ ଋଣ ଆଣିଥିଲେ । ଶେଷରେ ଋଣବୋଝ ବଢ଼ି ଚାଲିବାରୁ ପରିବାର ସହ ମିଶି ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ସୂଚନା ମିଳିଛି ।

   Related Posts