ମାଲକାନିଗିରି କାଲିମେଳା ପାପୁଲୁର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ ; ପୋଲିସ ଗୁଳିରେ ୫ ମାଓବାଦୀ ମୃତ

Published By : Prameya-News7 Bureau | November 05, 2018 IST

ମାଲକାନଗିରି ୫|୧୧:  ମାଲକାନଗିରିରେ ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ମାଲକାନିଗିରି କାଲିମେଳା ଥାନା ଅନ୍ତର୍ଗତ ପାପୁଲୁର ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ୫ ଜଣ  ମାଓବାଦୀ ପ୍ରାଣ ହରାଇଛନ୍ତି । ଗୁଳିବିନିମୟ ଫଳରେ ମାଓ ଶିବିର ଧ୍ବଂସ ହେବା ସହିତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।  ମାଓ କ୍ୟାମ୍ପ୍ ଚାଲିଥିବା ଖବର ପାଇ ଚଢାଉ କରିଥିଲା ପୋଲିସ ।  ଟପ୍ ମାଓନେତା ରାମକ୍ରିଷ୍ଣା ମଧ୍ୟ ସେଠାରେ ଉପସ୍ଥିତ ଥିଲେ ବୋଲି ଜଣାପଡିଛି । ଆନ୍ଧ୍ର-ଓଡିଶା ସୀମାନ୍ତ ଏଓବି କମିଟି ସଦସ୍ୟ ଶିବିରରେ ଥିବା ସୂଚନା ମିଳିଥିଲା । ଏବେବି ପାପଲୁରୁ ଜଙ୍ଗଲରେ ଚାଲିଛି ଗୁଳିବିନିମୟ ।  ଏସଓଜି ଓ ଡିଭିଏଫ୍ ବାହିନୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ଜଗମୋହନ ମୀନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.