ବଦଳିଗଲା ଜାମ୍ମୁ କାଶ୍ମୀରର ଇତିହାସ, ଭୂଗୋଳ, ରାଜନୀତି ସବୁକିଛି…ଜାଣନ୍ତୁ ମୁଖ୍ୟ ୫ଟି କଥା

Published By : Prameya-News7 Bureau | August 05, 2019 IST

ନୂଆଦିଲ୍ଲୀ୫|୮: ବଦଳିଗଲା ଜାମ୍ମୁ କାଶ୍ମୀରର ଇତିହାସ, ଭୂଗୋଳ, ରାଜନୀତି ସବୁକିଛି ।ଧାରା ୩୭୦ ଉଚ୍ଛେଦ ହେବାପରେ ଏବେ ଜାମ୍ମୁ କାଶ୍ମୀର ପାଇଁ ଅନେକ କିଛି ବଦଳିଯାଇଛି। …

ସମ୍ବିଧାନ

{"id":141242}

ପୂର୍ବରୁ ଜାମ୍ମୁ କାଶ୍ମୀର ଦେଶର ଏକମାତ୍ର ରାଜ୍ୟ ଥିଲା ଯାହାର ସ୍ବତନ୍ତ୍ର ସମ୍ବିଧାନ ଥିଲା ।

{"id":141257}

ଏହାଦ୍ବାରା ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ସ୍ବୟଂଶାସିତ ମାନ୍ୟତା ମିଳୁଥିଲା ।

{"id":141258}

କିନ୍ତୁ ଏବେ ଧାରା ୩୭୦ ଧାରା ଉଠିଯିବା ପରେ ପୁରା ଜାମ୍ମୁ କାଶ୍ମୀର ଭାରତୀୟ ସମ୍ବିଧାନ ଅନୁଯାୟୀ ଶାସନ ପ୍ରଣାଳୀ ଚାଲିବ।

{"id":141260}

ସଂପତ୍ତି କିଣିବାର ଅଧିକାର

{"id":141243}

ଧାରା 35-ଏ ଅନୁସାରେ ଜାମ୍ମୁ କାଶ୍ମୀର ବାସୀଙ୍କ ପାଇଁ ଥିଲା ସ୍ବତନ୍ତ୍ର ଅଧିକାର।

{"id":141262}

ଅନ୍ୟ ରାଜ୍ୟର ଲୋକେ ସେଠାରେ ଜମି କିଣିପାରିବାର ଅଧିକାର ନଥିଲା।

{"id":141263}

ସ୍ଥାନୀୟ ଲୋକେ କେବଳ ଜମି କିଣିବାର ଅଧିକାର ପାଇଥିଲେ ।

{"id":141264}

କିନ୍ତୁ ଏବେ ଜାମ୍ମୁ କାଶ୍ମୀରରେ ଭାରତର ଅନ୍ୟ ଅଞ୍ଚଳର ଲୋକେ ଜମି କିଣିବାର ଅଧିକାର ପାଇବେ ।…

ଆଇନ ଶୃଙ୍ଖଳା

{"id":141244}

ପୂର୍ବରୁ ଥିବା ଜାମ୍ମୁ କାଶ୍ମୀର ରାଜ୍ୟ ଦୁଇ ଭାଗରେ ବିଭକ୍ତ ହେବାପରେ ଜାମ୍ମୁ କାଶ୍ମୀର ଓ ଲଦାଖ ପାଇଁ ଅଲଗା ଅଲଗା ପୋଲିସ ବ୍ୟବସ୍ଥା କରିବାକୁ ହେବ ।

{"id":141266}

ଦୁଇଟି ଯାକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବାରୁ ପୋଲିସ ବ୍ୟବସ୍ଥା କାହା ନିୟନ୍ତ୍ରଣରେ ରହିବ ତା ଉପରେ ନିଷ୍ପତ୍ତି ନେବାକୁ ହେବ ।

{"id":141268}

ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବା ବେଳେ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନରେ ରହୁଛି।

{"id":141269}

କିନ୍ତୁ ପଣ୍ଡିଚେରୀ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏହାର ଆଇନ ଶୃଙ୍ଖଳା ସେଠାକାର ସରକାର ଅଧିନରେ ଅଛି ।

{"id":141270}

କେନ୍ଦ୍ରୀୟ ଆଇନ    

{"id":141245}

ପୂର୍ବରୁ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀର ସଂପର୍କିତ କୌଣସି ଆଇନ ପ୍ରଣୟନ ପାଇଁ କେନ୍ଦ୍ର ସରକାରଙ୍କୁ ସେଠାକାର ରାଜ୍ୟ ବିଧାନସଭାର ଅନୁମୋଦନ ନେବାକୁ ପଡୁଥିଲା ।

{"id":141273}

କିନ୍ତୁ ଏବେ ସେପରି ହେବନାହିଁ ।

{"id":141274}

ଅଲଗା ଜାତୀୟ ପତାକା

{"id":141246}

ପୂର୍ବରୁ ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ଜାତୀୟ ପତାକା ଥିଲା ।

{"id":141275}

ଏହାକୁ ଭାରତୀୟ ଜାତୀୟ ପତାକା ସହିତ ଉଡ଼ାଯାଉଥିଲା ।

{"id":141276}

କିନ୍ତୁ ଏବେ ଆଉ ସେଥିପାଇଁ କେନ୍ଦ୍ର ସରକାର ଅନୁମତି ଦେବେନାହିଁ ବୋଲି ଅନୁମାନ କରାଯାଉଛି ।

{"id":141277}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.