୫ ମଦ ମାଫିଆ ଗିରଫ, ଦେଶୀ ମଦ ସହ ବାଇକ୍ ଜବତ

Published By : Prameya-News7 Bureau | August 10, 2020 IST

ଟାଙ୍ଗୀ ୧୦।୮: ଅବକାରୀ ବିଭାଗର ଚଢାଉ । ୫ ଜଣ ମଦ ମାଫିଆଙ୍କୁ ଗିରଫ କଲା ପୋଲିସ । ମାଫିଆମାନଙ୍କଠାରୁ ଦେଶୀ ମଦ ସହ ବାଇକ୍ ଜବତ କରିଛି ଅବକାରୀ ବିଭାଗ ।

{"id":312492,"sizeSlug":"large"}

ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇଁ ଟାଙ୍ଗୀ ଅବକାରୀ ବିଭାଗ ଓ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଘଣ୍ଟଶିଳା ପାହାଡ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ଚଢାଉ କରିଥିଲେ । । ସେଠାରୁ ୨ ଜଣକୁ ଦେଶୀ ମଦ ସହ ଗିରଫ କରିଥିଲେ ।

{"id":312493,"sizeSlug":"large"}

ସେହିପରି ମୁକ୍ତାଦେଇପୁର କେନାଲ ରୋଡରୁ ଆଉ ୩ ଜଣଙ୍କୁ ଦେଶୀ ମଦ ସହ ଗିରଫ କରିଥିଲେ । ୫ ଜଣଙ୍କଠାରୁ ସମୁଦାୟ ୨୦୪ ଲିଟର ଦେଶୀ ମଦ ସହ ୪ଟି ବାଇକ୍ ଜବତ ହୋଇଛି । ୫ ଜଣ ଅଭିଯୁକ୍ତ ହେଲେ ରମେଶ ସୁନ୍ଦରାୟ, ପ୍ରବୀଣ ସାମନ୍ତରାୟ, ନରହରି ବାରିକ, ରିଙ୍କୁ ସ୍ବାଇଁ ଏବଂ କୁଶ ଶବର । ସମସ୍ତଙ୍କ ଘର ବାଣପୁର ଅଞ୍ଚଳରେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.