Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

କନ୍ୟା ଯାତ୍ରୀଙ୍କଠାରୁ ଟଙ୍କା ଓ ସୁନା ଗହଣା ଲୁଟ୍ ଘଟଣା : ୫ ଅଭିଯୁକ୍ତ ଗିରଫ

2/11/2020 at 7:30 PM

ଜୟପୁର ୨।୧୧: କୋରାପୁଟ ରାଣୀଗଡ ରାସ୍ତାରେ ଆନ୍ଧ୍ରର କନ୍ୟା ଯାତ୍ରୀଙ୍କଠାରୁ ଟଙ୍କା ସୁନା ଲୁଟ୍ ଘଟଣାର ପର୍ଦାଫାସ କଲା କୋରାପୁଟ ପୋଲିସ। ଏହି ଘଟଣାରେ ୫ ଜଣକୁ ଗିରଫ କରିଛି କୋରାପୁଟ ସଦର ଥାନା ପୁଲିସ । ଅଭିଯୁକ୍ତମାନଙ୍କଠାରୁ ୭୨ ହଜାର ୮୦୦ ଟଙ୍କା, ୩ଟି ସୁନା ଚେନ୍, ୪ଟି ମୋବାଇଲ, ଗୋଟିଏ କାର୍ ଓ ଗୋଟିଏ ବାଇକ୍ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ
ସୂଚନା ଦେଇଛନ୍ତି କୋରାପୁଟ ଏସଡିପିଓ ଗୁଣନିଧି ମଲିକ।

ଗତ ୨୮ ତାରିଖ ବିଳମ୍ବିତ ରାତିରେ ଆନ୍ଧ୍ରର ବିଜୟନଗରମରୁ କନ୍ୟା ପକ୍ଷ କୋରାପୁଟ ଜିଲ୍ଲା ବୋରିଗୁମାର ବର ଘରକୁ କାରରେ ଯାଉଥିବାବେଳେ ରାଣିଗଡ ଜଳଭଣ୍ଡାର ନିକଟ ମୁସାପୁଟ ଠାରେ ୫ ଜଣ ଯୁବକ ଠେଙ୍ଗା ବାଡି ଧରି ଗାଡିକୁ ଅଟକାଇଥିଲେ। ପରେ ଗାଡି ମଧ୍ୟରେ ଥିବା କନ୍ୟା ପକ୍ଷଙ୍କ ନିକଟରେ ଥିବା ପ୍ରାୟ ୧୫ ଭରି ସୁନା ଓ ୧ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଇଥିଲେ । ଏନେଇ କୋରାପୁଟ ସଦର ଥାନାରେ ଏତଲା ହେବା ପରେ ପୁଲିସ ତଦନ୍ତ ଜାରି ରଖିଥିଲା । ୫ ଜଣକୁ ପୋଲିସ ଗିରଫ କରିଥିବା ବେଳେ ଫେରାର ଥିବା ମାଷ୍ଟର ମାଇଣ୍ଡକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

   Related Posts