Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଧରାପଡିଲେ ୫ ଲୁଟେରା, ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ କରିଥିଲେ ଲୁଟ୍

9/10/2020 at 4:27 PM

ବଲାଙ୍ଗିର ୯।୧୦: ବଲାଙ୍ଗିର ପୋଲିସ ହାତରେ ଧରା ପଡ଼ିଛନ୍ତି ୫ ଲୁଟେରା । ଫାଇନାନ୍ସ କଂପାନୀ ଫିଲ୍‌ଡ଼ କ୍ରେଡିଟ୍‌ ଅଫିସରଙ୍କଠାରୁ ଲୁଟ୍ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ସୂଚନା ଅନୁସାରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କଂପାନୀ ବଲାଙ୍ଗିର ଶାଖାରେ ଫିଲ୍‌ଡ଼ କ୍ରେଡିଟ୍‌ ଅଫିସର ଭାବେ ବିଜୟ କୁମାର ବାରିକ କାମ କରୁଥିବା ବେଳେ ସେ ବିଭିନ୍ନ ଗାଁରେ ଥିବା ଗ୍ରୁପ୍‌ ସଦସ୍ୟାମାନଙ୍କଠାରୁ ଋଣ କିସ୍ତି ସଂଗ୍ରହ କରନ୍ତି । ତେବେ ସେ ଗତ ଜୁଲାଇ ମାସ ୧୩ ତାରିଖ ଦିନ ମହମ୍ମଦପୁର ଏବଂ ପଦ୍ମପୁର ଗାଁରୁ ୩୦୨୩୦ ଟଙ୍କା ସଂଗ୍ରହ କରି ବଲାଙ୍ଗିର ଫେରୁଥିବା ବେଳେ ପଦ୍ମପୁରରୁ ମହମ୍ମଦପୁର ମଝିରେ ଲୁଟ୍‌ର ଶିକାର ହୋଇଥିଲେ । ତେବେ ଲୁଟେରାମାନେ ତାଙ୍କୁ ଲାଠି ସାହାଯ୍ୟରେ ଆକ୍ରମଣ କରି ତାଙ୍କଠାରୁ ସଂଗ୍ରହ କରିଥିବା ଟଙ୍କା, ଡିଏଲ୍‌, ଆର୍‌ସି ତଥା ଏଟିଏମ୍‌ କାର୍ଡ ଥିବା ମନିପର୍ସ, ମୋବାଇଲ୍‌ ଫୋନ୍‌ ଲୁଟି ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିଲେ । ଦେଓଗାଁ ଥାନାରେ ଏ ସଂପର୍କରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା ।

ତଦନ୍ତରୁ ଜଣାପଡ଼ିଲା ଯେ, ଅଭିଯୁକ୍ତ ଅଲେଖ ପୋଢ଼ ଅନ୍ୟ ଅଭିଯୁକ୍ତମାନେ ଘଟଣା ଦିନ ଜଂଗଲରେ ଛପି ରହିଥିଲେ ଏବଂ ଲୁଟ୍‌ର ଶିକାର ହୋଇଥିବା ବିଜୟ କୁମାର ବାରିକ ଫେରିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ତାଙ୍କୁ ଲାଠି ଦ୍ୱାରା ଆକ୍ରମଣ କରିଥିଲେ । ତେବେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କଠାରୁ ମୋବାଇଲ୍‌ ଫୋନ୍‌, ଘଟଣାରେ ବ୍ୟବହୃତ ବାଇକ୍‌ ମଧ୍ୟ ଜବତ କରିଛି ।

ବଲାଙ୍ଗିର ଏସ୍‌ଡିପିଓ ଶ୍ରୀମନ୍ତ ବାରିକଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଗିରଫ୍‌ ହୋଇଥିବା ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ଜିଲ୍ଲାର ସଇଁନ୍ତଳା ବ୍ଲକ୍‌ ଗଣ୍ଡପତ୍ରାପାଲି ଗାଁର ରାମଲାଲ ସୁନାନୀ (୪୨), ଟୁକୁ ଓରଫ ପବିତ୍ର ଜାଲ (୨୫) ଓ ସୁବଲ ବାଗ (୨୪), ଦେଓଗାଁ ବ୍ଲକ୍‌ ପଦ୍ମପୁର ଗାଁର ବନମାଲି ପୋଢ଼ (୨୩) ଓ ଅଲେଖ ପୋଢ଼ (୨୫), ୪ଟି ମୋବାଇଲ ଫୋନ୍‌ (ଲୁଟ୍‌ ହୋଇଥିବା ମୋବାଇଲ୍‌ ଫୋନ୍‌ ସହ), ଗୋଟିଏ ହିରୋ ଗ୍ଲାମର୍‌ ବାଇକ୍‌ (ଓଡି୦୩ଏନ୍‌ ୩୫୯୫) ଏବଂ ଗୋଟିଏ ହିରୋହୋଣ୍ଡା ଏଚ୍‌ଏଫ୍‌ ଡିଲକ୍ସ ବାଇକ୍‌ (ଓଆର୍‌୦୩ଏଫ୍‌ ୯୭୨୭) ଅଭିଯୁକ୍ତମାନଙ୍କଠାରୁ ପୋଲିସ ପକ୍ଷରୁ ଜବତ୍ କରାଯାଇଛି ।

   Related Posts