J&K: ୪ ମାସ ପରେ ମୁକୁଳିଲେ ବନ୍ଧକ ୫ ନେତା, ଏବେବି ବନ୍ଦୀ ଅଛନ୍ତି ଓମାର ଓ ଫାରୁକ୍ ଅବଦୁଲ୍ଲାଙ୍କ ସହ ମହବୁବା ମୁଫ୍ତି

Published By : Prameya-News7 Bureau | December 30, 2019 IST

ଶ୍ରୀନଗର ୩୦।୧୨:  ଜମ୍ମୁ ଓ କାଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଲାଗୁ ପରେ ଗିରଫ ହୋଇଥିବା ୫ ରାଜନୈତିକ ବନ୍ଦୀଙ୍କୁ ସୋମବାର ମୁକ୍ତ କରି ଦିଆଯାଇଛି। ମୁକ୍ତ ହୋଇଥିବା ନେତାଙ୍କ ମଧ୍ୟରେ ପ୍ୟୁପିଲସ୍ ଡେମୋକ୍ରାଟିକ ପାର୍ଟି (ପିଡିପି)ର ୨ ପୂର୍ବତନ ବିଧାୟକ, ନ୍ୟାସନାଲ କନଫରେନ୍ସର ୨ ପୂର୍ବ ବିଧାୟକ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି। ତେବେ କେନ୍ଦ୍ର ସରକାର ରାଜ୍ୟର ସ୍ୱତନ୍ତ୍ରତା ମାନ୍ୟତା ପ୍ରତ୍ୟାହାର ପୂର୍ବରୁ ଅଟକ ଥିବା ଓମାର ଅବଦୁଲ୍ଲା, ଫାରୁକ୍ ଅବଦୁଲ୍ଲାଙ୍କ ସମେତ ମହଦୁବା ମୁଫ୍ତିଙ୍କୁ ଏବେବି ବନ୍ଧୀ ରଖିଛନ୍ତି। 

{"id":204732,"width":572,"height":381,"sizeSlug":"large"}

ଗତ ୫ ଅଗଷ୍ଟ ୨୦୧୯ରେ କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହୃତ ହୋଇଥିଲା। ତେବେ ପରିସ୍ଥିତି ସ୍ୱଭାବିକ ହେବାପରେ ଏବେ କ୍ରମଶଃ ସୁରକ୍ଷା କୋହଳ  ହୋଇଥିବା ବେଳେ ବନ୍ଧକ ନେତାଙ୍କୁ ବି ମୁକ୍ତକରାଯାଇଛି। କେନ୍ଦ୍ର ଗୃହମନ୍ତ୍ରାଳୟ ଗତ ସପ୍ତାହରେ କାଶ୍ମୀର ସୁରକ୍ଷା ସମୀକ୍ଷା କରିଥିଲେ। ପରିସ୍ଥିତି ସ୍ୱଭାବିକ ହେଉଥିବାରୁ ଉପତ୍ୟାକାରୁ ୭୨ ପ୍ଲାଟୁନ ସିଆରପିଏଫ, ୨୪ ବିଏସ୍ଏଫ୍ ପ୍ଲାଟୁନ ପ୍ରତ୍ୟାହାର କରାଯାଇଥିବା ବେଳେ ଆଇଟିବିପି, ସିଆଇଏସଏଫ ଓ ସିଏପିଏଫର ୧୨ଟି ଲେଖାଏଁ ପ୍ଲାଟୁନ ଅପସାରିତ ହୋଇଛନ୍ତି।

{"id":204733,"sizeSlug":"large"}

ରାଜ୍ୟର ଯେଉଁ ସବୁ ଅଞ୍ଚଳରେ ଜନଜୀବନ ସ୍ୱଭାବିକ ହୋଇଛି ସେହି ସବୁ ଅଞ୍ଚଳର ଏବେ ମୋବାଇଲ ଓ ଇଣ୍ଟରନେଟ୍ ସେବା ସ୍ୱଭାବିକ ହୋଇଯାଇଛି। ଏହା ପୂର୍ବରୁ ଗତ ନଭେମ୍ବର ୧୮ ତାରିଖରେ ଶ୍ରୀନଗର ଓ ବନିହାଲ ମଧ୍ୟରେ ପ୍ରଥମେ ଯାତ୍ରୀ ଟ୍ରେନ ସେବା ଆରମ୍ଭ ହୋଇଥିଲା। ସମ୍ବିଧାନର ୩୫ଏ ଧାରା ଉଚ୍ଛେଦ ସହ ରାଜ୍ୟରେ ଟ୍ରେନ ସେବା ବନ୍ଦ ରଖାଯାଇଥିଲା।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.