Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପଶ୍ଚିମବଙ୍ଗ ନଯାଇ ବି ମମତାଙ୍କୁ ଶକ୍ତ ଝଟକା ଦେଲେ ଅମିତ୍ ଶାହା, ୩ ଟିଏମସି ବିଧାୟକ ସମେତ ୫ ନେତା ବିଜେପିରେ ସାମିଲ

30/01/2021 at 10:45 PM

କୋଲକାତା/ନୂଆଦିଲ୍ଲୀ ୩୦।୦୧: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ରଦ୍ଦ ହୋଇଥିଲେ ମଧ୍ୟ ଦିଲ୍ଲୀରେ ବସି ସେ ଏମିତି ରାଜନୈତିକ ଗୋଟି ଚଳାଉଛନ୍ତି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା ପରେ ଝଟକା ଲାଗି ଚାଲିଛି। କୋଲକାତାରୁ ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ପହଞ୍ଚିଥିବା ତୃଣମୂଳ କଂଗ୍ରେସର ତିନି ବିଦ୍ରୋହୀ ବିଧାୟକଙ୍କ ସମେତ ପାଞ୍ଚ ନେତା ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।

ରବିବାର ହାଓ୍ଵଡାରେ ହେବାକୁ ଥିବା ସ୍ମୁତି ଇରାନୀଙ୍କ ରାଲିରେ ଏହି ପାଞ୍ଚ ନେତା ବିଜେପି ମଞ୍ଚରେ ଅଂଶ ଗ୍ରହଣ କରିବେ। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଜାନୁଆରୀ ୩୦ ଓ ୩୧ରେ ପଶ୍ଚିମବଙ୍ଗ ଗସ୍ତ କରିବାର ଥିଲା। ଏହି ସମୟରେ ତୃଣମୂଳ କଂଗ୍ରେସ ସରକାରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାଜୀବ ବାନାର୍ଜୀଙ୍କ ସହିତ ପାଞ୍ଚ ନେତା ବିଜେପିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଦିଲ୍ଲୀରେ ବୋମା ବିସ୍ଫୋରଣ ଓ  କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଅମିତ୍ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ସ୍ଥଗିତ କରାଯାଇଥିଲା। ଏହା ସତ୍ତ୍ଵେ ବି ଟିଏମଏର ବିଦ୍ରୋହୀ ନେତାଙ୍କ ବିଜେପିରେ ଯୋଗ ଦେବା ଉପରେ କୌଣସି ପ୍ରଭାବ ପଡିନାହିଁ।

ପଶ୍ଚିମବଙ୍ଗର ବିଜେପି ରାଜ୍ୟ ପ୍ରଭାରୀ କୈଳାଶ ବିଜୟବର୍ଗୀୟ ଓ ଜାତୀୟ ଉପାଧ୍ୟକ୍ଷ ମୁକୁଲ ରୟ ତୃଣମୂଳ କଂଗ୍ରେସର ପାଞ୍ଚ ନେତାଙ୍କୁ ଧରି କୋଲାକାତାରୁ ଅପରାହ୍ନ ୪ଟାରେ ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ପହଞ୍ଚିଥିଲେ। ଏହା ପରେ ସମସ୍ତ ନେତା ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ବାସଭବନରେ ପହଞ୍ଚିଥିଲେ ଏବଂ ବିଜେପିରେ ଯୋଗ ଦେଇଛନ୍ତି। ଏହି ନେତାଙ୍କ ମଧ୍ୟରେ ମମତା ସରକାରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବିଧାୟକ ହେଉଛନ୍ତି ରାଜୀବ ବାନାର୍ଜୀ, ପ୍ରବୀର  ଘୋଷାଲ ଓ ବୈଶାଳୀ ଡାଲମିଆ ପ୍ରମୁଖ। ହାଓ୍ଵଡାର ପୂର୍ବତନ ମେୟର ରଥିନ ଚକ୍ରବର୍ତ୍ତୀ ଓ ପାର୍ଥସାରଥୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

   Related Posts