Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କାର ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ୫ ଲକ୍ଷ ଟଙ୍କାର ଗହଣା ଲୁଟ୍‌-କାର୍‌ ଚାବି ନେଇ ଗଲେ ଲୁଟେରା

26/10/2019 at 11:18 PM

ଜଗତସିଂହପୁର ୨୬।୧୦  – ଜଗତସିଂହପୁର-ତିର୍ତ୍ତଲ ଥାନା ସଁଅରା ଗୋପାଳପୁର ନିକଟରେ କାର ଅଟକାଇ ସୁନା ଗହଣା ଲୁଟ ଅଭିଯୋଗ । ବନ୍ଧୁକ  ଦେଖାଇ ୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଲୁଟ । ଦୁଇଟି ପଲସରରେ  ଜଣ ଦୁର୍ବୁର୍ତ୍ତ ଆସିଥିଲେ । ପୁଟିଙ୍ଗ ଗାଁ ର ସଞ୍ଜୟ ମଲିକ  ଓ ତାଙ୍କର ପରିବାର ଏକ  କାର ରେ ଭୁବନେଶ୍ୱର ରୁ ଗାଁକୁ ଫେରୁଥିବା ବେଳେ ଲୁଟ ହୋଇଛି  ।

 ପୁଟିଙ୍ଗ ଗ୍ରାମର ଗୋବର୍ଦ୍ଧନ ମଲ୍ଲିକଙ୍କ ପୁଅ ସଞ୍ଜୟ ମଲ୍ଲିକ, ତାଙ୍କ ଭାଇ ସୁବ୍ରତ ରଞ୍ଜନ ମଲ୍ଲିକ, ତାଙ୍କ ପତ୍ନୀ ମାନେ ଦୀପାବଳି ଉପଲକ୍ଷେ ଗାଁକୁ ଆସୁଥିବା ବେଳେ ଗୋପାଳପୁର ନିକଟରେ କାର କୁ ଅଟକାଇ ଥିଲେ ଦୁର୍ବୁତ୍ତ ।କାର ଅଟକାଇବା ପରେ ଦୁର୍ବୁତ୍ତ ମାନେ ମୁଣ୍ଡରେ ବନ୍ଧୁକ ଲଗାଇ ସଞ୍ଜୟଙ୍କ ପତ୍ନୀ ଓ ପରିବାର ଲୋକଙ୍କ ଠାରୁ ୨ଟି ସୁନା ହାର, ଗୋଟିଏ ମଙ୍ଗଳ ସୂତ୍ର,୩ ହଳ କାନ ଜିନିଷ ଓ ପିନ୍ଧି ଥିବା ଚୁଡି ଲୁଟିଥିଲେ ଦୁର୍ବୁତ୍ତ ।

ଏପରିକି କାର ଚାବି  ମଧ୍ୟ ନେଇଗଲେ ଦୁର୍ବୁର୍ତ୍ତ । ତିର୍ତ୍ତଲ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

   Related Posts