Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ବ୍ୟାଙ୍କ୍ ସମ୍ମୁଖରୁ ଲୁଟ୍, ବ୍ୟବସାୟୀଙ୍କଠାରୁ ୫ଲକ୍ଷ ଟଙ୍କା ଝାମ୍ପିନେଲେ ଦୁଇ ଦୁର୍ବୃତ୍ତ

5/10/2020 at 4:36 PM

ବଲାଙ୍ଗୀର ୫।୧୦: ବଲାଙ୍ଗୀରରେ ବ୍ୟାଙ୍କ ସମ୍ମୁଖରୁ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍  । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ସହର କଲେଜ ଛକ ସ୍ଥିତ ବ୍ୟାଙ୍କ ସାମ୍ନାରେ ।

ଟିକ୍ରାପଡାର ବ୍ୟବସାୟୀ ସଂଜୟ ଶତପଥୀ ନିଜେ ୩ ଲକ୍ଷ ଟଙ୍କା ରଖିଥିବା ବେଳେ ଆଉ ଦୁଇ ଲକ୍ଷ ଟଙ୍କା କଲେଜ ଛକ ନିକଟରେ ଥିବା ବ୍ୟାଙ୍କରୁ ଉଠାଇଥିଲେ । ଏକ ବ୍ୟାଗରେ ୫ ଲକ୍ଷ ଟଙ୍କା ଧରି ବ୍ୟାଙ୍କରୁ ବାହାରୁଥିବା ସମୟରେ ହଠାତ୍ ଦୁଇ ଜଣ ଯୁବକ ଏକ ପଲସର ବାଇକରେ ଆସି ବ୍ୟାଗ୍ ଛଡାଇ ନେଇ ଛୁ ମାରିଥିଲେ । ଜଣେ ଲୁଟେରା ମୁଣ୍ଡରେ ହେଲମେଟ୍ ପିନ୍ଧିଥିବା ବେଳେ ଜଣେ ଖୋଲା ମୁହଁରେ ଥିଲା । ପଛ ପଟେ ବସିଥିବା ବ୍ୟକ୍ତି ହଠାତ୍ ବ୍ୟାଗ୍ ଛଡାଇ ନେଇଥିଲା ।

ଅଭିଯୋଗ ପାଇବା ପରେ ଟାଉନ୍ ପୋଲିସର ଏକ ଟିମ୍ ଲୁଟର ଶିକାର ବ୍ୟବସାୟୀଙ୍କୁ ସାଥିରେ ଧରି ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ ମଧ୍ୟ ଫେରାର ମାରିଥିଲେ ଲୁଟେରା । ଟାଉନ୍ ପୋଲିସ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ଲୁଟେରାମାନଙ୍କୁ ବ୍ୟାଙ୍କର କିଛି କର୍ମଚାରୀ ସୂଚନା ଦେଇଥିବା ସନ୍ଦେହ କରାଯାଉଛି ।

   Related Posts