ଐତିହାସିକ ହେବ ମୋଦିଙ୍କ ନାମାଙ୍କନ ରାଲି : ସାମିଲ ହେବେ ୫ଲକ୍ଷ ଲୋକ, ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

Published By : Prameya-News7 Bureau | April 13, 2019 IST

ବାରଣାସୀ ୧୩/୪ : ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରଣାସୀରେ ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି | ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ମୋଦି ମା' ଗଙ୍ଗାଙ୍କ ପୂଜା କରିବେ ବୋଲି ଜଣାପଡିଛି | ପ୍ରସ୍ତୁତି ପାଇଁ ଶୁକ୍ରବାର ସନ୍ଧ୍ୟାରେ ଅମିତ ଶାହ ବାରଣାସୀରେ ପହଂଚିଥିଲେ | ମୋଦିଙ୍କ ନାମାଙ୍କନକୁ ଐତିହାସିକ କରିବା ପାଇଁ ଗୋକୁଳ ଧାମରେ ଜନତାଙ୍କ ମାନସ ମନ୍ଥନ କରିଥିଲେ | ଗୋକୁଳ ଧାମରେ ଏକ ବୈଠକ ଡାକିଥିଲେ ଅମିତ |

{"id":103142}

ବୈଠକରେ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଯେ.ପି.ନଡ୍ଡାଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ |
କାର୍ଯ୍ୟକ୍ରମ ଅନୁଯାୟୀ, ଏପ୍ରିଲ ୨୬ ତାରିଖରେ ମୋଦି ନାମାଙ୍କନ ପତ୍ର ଦାଖଲ କରିବେ | ୨୫ ତାରିଖରେ ମୋଦି ବାରଣାସୀରେ ଏକ ରୋଡ଼ ଶୋ' କରିବେ | ବାରଣାସୀର ଲଙ୍କା ସ୍ଥିତ ମାଲବୀୟ ପ୍ରତିମାରେ ମାଲ୍ୟାର୍ପଣ କରି ରୋଡ଼ ଶୋ' କରିବେ ମୋଦି | ଏହି ରୋଡ଼ ଶୋ' ଗୋଦୌଳୀୟରେ ଶେଷ ହେବ | ଏହାପରେ ମୋଦି କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରି ଗଙ୍ଗା ଆଳତିରେ ସାମିଲ ହେବେ | ନାମାଙ୍କନ ରାଲି ମଲଦହିଆ ସ୍ଥିତ ସରଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମାକୁ ପ୍ରଣାମ କରିବା ପରେ ବାହାରିବା ଏବଂ କଚହରୀ ଠାରେ ଶେଷ ହେବ | ପ୍ରତ୍ୟେକ ପଦାଧିକାରୀ ନିଜ ନିଜ ବୁଥକୁ ସମୟ ଦେବା ପାଇଁ କର୍ମୀଙ୍କୁ ଅମିତ ଶାହ ଅପିଲ କରିଛନ୍ତି | ନାମାଙ୍କନ ରାଲିରେ ପାଖାପାଖି ୫ ଲକ୍ଷ ଲୋକ ସାମିଲ ହେବାର ଅନୁମାନ କରାଯାଉଛି |

{"id":103143}


ମୋଦିଙ୍କ ନାମାଙ୍କନ ରାଲି ପାଇଁ ବାରଣାସୀ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାରେ ଲାଗିଛି | ନାମାଙ୍କନ ଦିନ ଅର୍ଥାତ ୨୬ ତାରିଖରେ ସମ୍ପୂର୍ଣ ଅଂଚଳର ସୁରକ୍ଷାକୁ ଦୃଷ୍ଟିରେ ରଖି ଅତିରିକ୍ତ ପୋଲିସ ଫୋର୍ସ ନିୟୋଜିତ କରାଯିବ ଏବଂ ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରାଯିବ ବୋଲି ପ୍ରଶାସନ କହିଛି | ଯେଉଁ ରାସ୍ତାରେ ମୋଦିଙ୍କ ରୋଡ଼'ଶୋ ଏବଂ ଯେଉଁ ରାସ୍ତା ଦେଇ ନାମାଙ୍କନ ରାଲି ବାହାରିବା ସେହି ରାସ୍ତାର ସମସ୍ତ ଟ୍ରାଫିକକୁ ଡାଇଭର୍ଟ କରାଯିବ |

{"id":103144}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.