ବର୍ଷାରେ ଫୁଲୁଛି ମହାନଦୀ, ୫ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ ନେଇ ହୀରାକୁଦ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା

Published By : Prameya-News7 Bureau | September 15, 2021 IST

ଭୁବନେଶ୍ୱର, ୧୫/୦୯: ରାଜ୍ୟରେ ଲଗାଣ ବର୍ଷା କାରଣରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ବନ୍ୟାଜଳ ନଦୀ ଗୁଡ଼ିକରେ ପଶିବା ଫଳରେ ନଦୀ ଫୁଲୁଥିବା ଦେଖିବାକୁ ମିଳିଛି । ମହାନଦୀରେ ୫ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରିଥିବା ନେଇ ସୂଚନା ମିଳିଛି ।

ଇବ୍ ନଦୀରୁ ୨୬ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରିଥିବା ବେଳେ କଲ୍‌ମା ବ୍ୟାରେଜ୍‌ରୁ ୪ ଲକ୍ଷ ୭୬ ହଜାର କ୍ୟୁସେକ୍ ଜଳ ମହାନଦୀକୁ ପ୍ରବେଶ କରୁଛି । ଏନେଇ ହୀରାକୁଦର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.