Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଭାରତରେ ଦୈନିକ ୫ ଲକ୍ଷ କେସ୍ ବାହାରିବ, ୩ ହଜାର ଆକ୍ରାନ୍ତ ପ୍ରାଣ ହରାଇବେ : ବିଶେଷଜ୍ଞଙ୍କ ରିପୋର୍ଟ ବଢାଇଲା ଚିନ୍ତା

15/04/2021 at 8:14 AM

ନୂଆଦିଲ୍ଲୀ ୧୫।୦୪:  ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିବାରେ ଲାଗିଛି । ଦୈନିକ ୨ ଲକ୍ଷ ପାଖାପାଖି କେସ୍ ବାହାରୁଛି । ଫଳରେ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ୍, ବେଡ୍ ଓ ରେମଡିସିଭରର ଅଭାବ ପରିଲକ୍ଷିତ ହେବା ନେଇ ଆଶଙ୍କା ରହିଛି । କରୋନା ଭାଇରସର ଦ୍ୱିତୀୟ ଲହରୀ ପ୍ରଥମ ଅପେକ୍ଷା ଅଧିକ ଘାତକ ସାବ୍ୟସ୍ତ ହୋଇଥିବା ନଜର ଆସିଛି । ତେବେ କରୋନାକୁ ନେଇ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ସମସ୍ତଙ୍କୁ ଚକିତ କରିଦେଇଛି ।

ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ୍, ୟୁନିଭର୍ସିଟି ଅଫ୍ ମିସିଗାନର ପ୍ରଫେସର ଭ୍ରମର ମୁଖାର୍ଜୀ କହିଛନ୍ତି ଯେ, ଲୋକଙ୍କର ଗୋଟିଏ ବର୍ଷ ବରବାଦ ହୋଇଯାଇଛି । ଆଗାମୀ ୪ ସପ୍ତାହ ଭାରତ ପାଇଁ ବହୁତ କଠିନ ରହିବ । ଏପ୍ରିଲ ମାସ ବହୁତ ସମସ୍ୟା ସୃଷ୍ଟି କରିବ । ଆଗାମୀ ଦିନରେ ଦୈନିକ ୫ ଲକ୍ଷ ସଂକ୍ରମିତ ଚିହ୍ନଟ ହେବେ । ୩ରୁ ୪ ହଜାର ଆକ୍ରାନ୍ତ ପ୍ରାଣ ହରାଇବେ । ଏହା ବହୁତ ଚିନ୍ତିତ କଲା ଭଳି ପ୍ରସଙ୍ଗ ଅଟେ । ଏହି ଭାଇରସର କୌଣସି ସୀମା ନାହିଁ । ପୂର୍ବରୁ ମହାରାଷ୍ଟ୍ରରେ ସଂକ୍ରମଣ ଆଉ ହେବନି ବୋଲି କୁହାଯାଉଥିବା । ଯାହା ଭୁଲ ସାବ୍ୟସ୍ତ ହୋଇଛି । ତେବେ ମେ ମାସରେ ମହାରାଷ୍ଟ୍ରରେ ସଂକ୍ରମଣ ହ୍ରାସ ଘଟିବ ବୋଲି ସେ ଅନୁମାନ କରିଛନ୍ତି ।

ଭାୟରୋଲୋଜିଷ୍ଟ୍ ତଥା ସ୍ପୁଟନିକ୍-ଭିର ପରାମର୍ଶ କମିଟିର ସଦସ୍ୟ ଡ. ବି ରବି କହିଛନ୍ତି ଯେ, ଟିକା ନେବା ପରେ ଶରୀରରେ ଆମ୍ଟିବଡି ହେବାକୁ ୨ ସପ୍ତାହକୁ ଅଧିକ ସମୟ ଲାଗେ ।ଯେଉଁମାନେ ପ୍ରଥମ ଡୋଜ୍ ନେଇଛନ୍ତି ସେମାନେ ପଜିଟିଭ୍ ହେବାର ସମ୍ଭାବନା ରହିଛି । ଆଜି ଭାକସିନ୍ ଲଗାଇଲେ କାଲି ଭାଇରସଠୁ ସୁରକ୍ଷିତ ହେବା କଥା ସତ ନୁହେଁ । ଭାକସିନ୍ କୌଣସି ଗମ୍ଭୀର ରୋଗ ଓ ତତ୍ ଜନିତ ମୃତ୍ୟୁରୁ ରକ୍ଷା କରେ, ସଂକ୍ରମଣରୁ ନୁହେଁ । ବିଶ୍ୱର କୌଣସି ଭାକସିନ୍ ୧୦୦ ପ୍ରତିଶତ ସୁରକ୍ଷା ଦେଇପାରିବ ନାହିଁ । ତେବେ ସଂକ୍ରମଣ ପିକ୍ ବା ସର୍ବୋଚ୍ଚ ସ୍ତରରେ ପହଁଚିବା ପରେ ହିଁ ଗ୍ରାଫ୍ ତଳକୁ ଖସିବ । ଅନେକ ଦେଶରେ କରୋନାର ତୃତୀୟ ଲହର ଚାଲିଛି । ଭାକସିନ୍ ଆମକୁ ତୃତୀୟ ଲହରରୁ ରକ୍ଷା କରିବ ବୋଲି ସେ କହିଛନ୍ତି ।

   Related Posts