ନିୟନ୍ତ୍ରଣ ହରାଇ ଓଲଟିଲା ବରଯାତ୍ରୀ ବସ୍, ୫ ମୃତ, ଏକାଧିକ ଆହତ
3/01/2021 at 7:04 PM

Image Courtesy : india.com
କାସରଗଡ଼ ୦୩/୦୧: ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଖସିଲା ବରଯାତ୍ରୀ ବସ୍। ଏଭଳି ଏକ ମମର୍ନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା କେରଳର କାସରଗଡ଼ରେ ଘଟିଥିବା ଜଣାପଡ଼ିଛି।
ତେବେ ବସ୍ରେ ଥିବା ବରଯାତ୍ରୀ କର୍ଣ୍ଣାଟକର ହୋଇଥିବା ବେଳେ ପାନ୍ଥୁର ଏଲୁକୋଚି ଅଭିମୁଖେ ଯାତ୍ରା କରୁଥିଲେ। ରବିବାର ସକାଳ ପ୍ରାୟ ୧୧.୩୦ରେ ଦୁର୍ଘଟଣା ଘଟିଥିବା ପୋଲିସ କହିଛି।
ମିଳିଥିବା ସୂଚନା ଅନୁସାରେ ବରଯାତ୍ରୀ ନେଇ ଯାଉଥିବା ବସ୍ଟି ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଖସିବା ସହ ଏକ ଘରେ ପିଟି ହୋଇଥିଲା । ଏନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି।