Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦନ୍ତା ହାତୀ ଆକ୍ରମଣ, ଦୁଇ ଶିଶୁ ସମେତ ୫ ମୃତ

19/04/2019 at 8:12 AM

ଅନୁଗୁଳ ୧୯|୪: ଦନ୍ତା ଆକ୍ରମଣରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ତାଳଚେର ଷେଣ୍ଢ ଗାଁରେ । ଦନ୍ତାହାତୀଟି ଚାରି ଜଣଙ୍କୁ ଦଳିଦେଇଥିବା ବେଳେ ସନ୍ତାପଡ଼ାରେ ଜଣେ ବୃଦ୍ଧଙ୍କୁ କଚାଡି ମାରିଛି । ଷେଣ୍ଢଗାଁର ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ଶିଶୁ ଅଛନ୍ତି ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ହାତୀଟି ହଠାତ୍ ଗାଁ ଭିତରକୁ ପଶି ଆସିଥିଲା । ରାତିରେ ସମସ୍ତେ ଶୋଇଥିବାବେଳେ କୁଡିଆ ଘର ଉପରେ ହାତୀଟି ଆକ୍ରମଣ କରିଥିଲା । ଘରେ ଶୋଇଥିବା ବେଳେ ଆକ୍ରମଣ କରିଥିଲା । ଫଳରେ ଷେଣ୍ଢ ଗାଁର ଜଣେ ମହିଳା ଓ ଦୁଇ ଜଣ ଶିଶୁଙ୍କ ସମେତ ୪ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁ ୪ଜଣଙ୍କୁ ହାତୀ ମାରିଛି ସେମାନେ ସମସ୍ତେ ଗୋଟିଏ ପରିବାରର । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବାରମ୍ବାର ଦନ୍ତା ହାତୀଟି ଏହି ଅଞ୍ଚଳକୁ ଆସି ଅଘଟଣ ଘଟାଇ ଚାଲିଥିବାବେଳେ ବନ ବିଭାଗ କିଛି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ତୁରନ୍ତ ହାତୀକୁ ଟ୍ରାଙ୍କୁଲାଇଜ୍ କରି ଆୟତ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

   Related Posts