ଆମେରିକା ଟେକ୍ସାସରେ ଗୁଳିକାଣ୍ଡ : ଦୁର୍ବୃତ୍ତଙ୍କର ଗୁଳିମାଡରେ ୫ ମୃତ, ୨୧ ଆହତ

Published By : Prameya-News7 Bureau | September 01, 2019 IST

ଆମେରିକା  ୧/୯: ଟେକ୍ସାସରେ ଗୁଳିକାଣ୍ଡ ଘଟିଛି। ୫ ମୃତ, ୨୧ ଆହତ ହୋଇଛନ୍ତି । ପଶ୍ଚିମ ଟେକ୍ସାସରେ ଦୁର୍ବୃତ୍ତଙ୍କର ଗୁଳିମାଡରେ ୫ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଓଡେଶା ପୋଲିସ ମୁଖପାତ୍ର ସ୍ଥାନୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

{"id":151584}

ଦୁର୍ବୃତ୍ତ ନିଜ ଗାଡ଼ି ଭିତରେ ଥାଇ ଗୁଳିମାଡ଼ କରିଥିଲେ । ଏକ ସିନେମା ହଲ ପାର୍କିଂ ସ୍ଥଳରେ ଏହି ଅଭାବନୀୟ ଘଟଣା ଘଟିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଓଡେଶା ପୋଲିସ ମୁଖ୍ୟ ମିଚେଲ ଗେରେକ କହିଛନ୍ତି, ଗୁଳିମାଡ଼ରେ ୫ ଜଣଙ୍କର ମୃତ୍ୟୁ ଘଟିଛି ।  ଏହି ଗୁଳିମାଡ଼ ଘଟଣାରେ ୩ ଜଣ ଅଧିକାରୀ ଆହତ ହୋଇଛନ୍ତି । ତିନି ଜଣ ଅଧିକାରୀଙ୍କ ମଧ୍ୟରୁ ଜଣେ ହେଲେ ସାଧାରଣ ସୁରକ୍ଷା ବିଭାଗର ଅଧିକାରୀ । ଅନ୍ୟ ଜଣେ ମିଡଲାଣ୍ଡ ପୋଲିସ ବିଭାଗର ଅଧିକାରୀ । ସେହିପରି ଓଡେଶା ପୋଲିସ ବିଭାଗର ଜଣେ ଅଧିକାରୀ ମଧ୍ୟ ଏହି ଗୁଳିକାଣ୍ଡରେ ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.