Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଆଜି ସୁପ୍ରିମକୋର୍ଟରେ ହେବ ଅଯୋଧ୍ୟା ମାମଲାର ଶୁଣାଣି

10/01/2019 at 8:02 AM

ନୂଆଦିଲ୍ଲୀ ୧୦|୧: ଅଯୋଧ୍ୟାରେ ରାମ ଜନ୍ମଭୂମି – ବ୍ରାବ୍ରି ମସଜିଦ ବିବାଦୀୟ ଜମି ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ । ଏହି ଗୁରୁତ୍ବପୁର୍ଣ୍ଣ ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯାଇଛି । ଆଜି ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ଏହି ଗୁରୁତ୍ବପୁର୍ଣ୍ଣ ପ୍ରସଙ୍କ ଉପରେ ସାର ଦେଶର ନଜର ରହିଛି  । 

ସୁପ୍ରିମକୋର୍ଟରେ ରାମ ମନ୍ଦିର ମାମଲା । ଆଜି ହେବ ଶୁଣାଣି। ଏହି ଶୁଣାଣିରୁ ବାହାରିବ ମନ୍ଦିର-ମସଜିଦ ବିବାଦର ସମାଧାନର ଖିଅ। ଯାହା ଉପରେ ନଜର ରଖିଛି ପୂରାଦେଶ ।  ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିବ । ଏହି ଖଣ୍ଡପୀଠରେ ବିଚାରପତି ଏସ.ଏ. ବୋବଡେ, ଏନ.ଭି ରମଣା, ୟୁୟୁ ଲଳିତ, ଡିୱାଇ ଚନ୍ଦ୍ରଚୂଡ ଅନ୍ୟ ସଦସ୍ୟ ଅଛନ୍ତି । ୧୫୦ବର୍ଷରୁ ଅଧିକ ପୂରୁଣା ଏହି ମାମଲାର ସମାଧାନ ଏବେ ୫ ଜଣିଆ ସମ୍ବିଧାନିକ ବେଞ୍ଚର ନିଷ୍ପତ୍ତି ଉପରେ ନିର୍ଭର କରୁଛି । 

 ସାମ୍ବିଧାନିକ ବେଞ୍ଚ ଗଠନର ମୂଳ ଉଦ୍ଦେଶ୍ୟ ରହିଛି, ଏହି ମାମଲା ତୁରନ୍ତ ବିଚାର ହୋଇ ଫୈସଲା ହୋଇଯିବା ଆବଶ୍ୟକ । ମାମଲାରେ ସଂପୃକ୍ତ ପକ୍ଷମାନେ ମଧ୍ୟ ସେୟା ହିଁ ଚାହୁଁଛନ୍ତି। ସୁପ୍ରିମକୋର୍ଟ ଗତ ଅକ୍ଟୋବରରେ ଏହି ମାମଲାର ଶୁଣାଣି କରି ୨୦୧୯ ଜାନୁଆରୀ ପ୍ରଥମ ସପ୍ତାହରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଥିଲେ । ମାମଲା ଡେରି ହେଉଥିବା ଦେଖି ରାମମନ୍ଦିର ତୁରନ୍ତ ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବାକୁ ବିଭିନ୍ନ ହିନ୍ଦୁ ସଂଗଠନ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଅଧ୍ୟାଦେଶ ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି। ବିଚାର ବିଭାଗୀୟ ସମାଧାନ ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତେଣୁ ବଲ୍‌ ଏବେ କୋର୍ଟଙ୍କ କୋର୍ଟରେ ।

ରାମମନ୍ଦିର ପ୍ରସଙ୍ଗରେ ଆଜିର ଶୁଣାଣି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଯାଉଥିବା ଚର୍ଚ୍ଚା ଯୋର ଧରିଛି ।

   Related Posts